Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ବିଭୋର ପ୍ରିୟତମା

ବିଭୋର ପ୍ରିୟତମା

1 min
256



ଝିପି ଝିପି ହୋଇ ବର୍ଷା ପଡିଲାଣି

ମନ ହୋଇଲାଣି ଖୁସି

ଫୁଟି ଉଠିଲେଣି ପ୍ରୀତିପୁଷ୍ପ ଦେଖ

ଜହ୍ନ ଉଠିଲାଣି ହସି I


ଭିଜିଲାଣି ଦେଖ ପ୍ରିୟା ଦେହ ମନ

ଶ୍ରାବଣର ଛୁଆଁ ପାଇ

ପ୍ରଣୟ ବିଭୋର ମନତଳେ ତାର

ଫୁଟିଲେଣି ଜାଇ ଜୁଇ I


ଆଖିରେ ସପନ ବସା ବାନ୍ଧିଲେଣି

ଦେହେ ଲାଗିଲାଣି ନିଆଁ

ଆଖିର କଜ୍ଜଳ ସଜ୍ଜଳେ ଚାହିଁଛି

ଖୋଜୁଛି ପୀରତି ଛୁଆଁ I


ଝରକା ଫାଙ୍କରୁ ଉଙ୍କି ମାରିଲାଣି

ତୋଫା ତୋଫା ତାର ମୁହଁ

ଅଳସ ପାଦରେ ଅଳପ ଚାଲୁଛି

ଭାରି ଲାଗିଲାଣି ଦେହ I


ମେଘ ଆଣିଥିଲା ପ୍ରିୟର ବାରତା

କାନରେ ଦେଇଛି କହି

ମନ କଥା ତାର ମନରେ ରହିଛି

ହସିଲେଣି ଆଖି ଦୁଇ I


ସରି ସରି ଆସେ ରାତିର ଆୟୁଷ

ଅନ୍ଧାର ଦେଉଛି ହସି

କାନେ ପଡିଲାଣି ସୁମଧୁର ସ୍ୱର

ମିଳନ ମୋହନ ବଂଶୀ I

      


Rate this content
Log in

Similar oriya poem from Romance