STORYMIRROR

Santosh Kumar Nayak

Abstract Romance Others

2  

Santosh Kumar Nayak

Abstract Romance Others

ବିଭାବରୀ

ବିଭାବରୀ

1 min
25


ଆଗୋ ବିଭାବରୀ ତୁମେ ଭଲ ଭାରି

ନୀରବତା ନେଇ ଆସ,

କିଛି କ୍ଷଣ ପାଇଁ ଶାନ୍ତି ଟିକେ ଦେଇ

ଜଞ୍ଜାଳ କରୁଛ ନାଶ।

ତୁମ ପରଶରେ ଗଭୀର ନିଦରେ

ଶୁଅଇ ସାରା ଅଞ୍ଚଳ,

ଚିତ୍ରକର ତୁଳୀ କବିର ଲେଖନୀ

ହୁଅଇ ଚଳ ଚଞ୍ଚଳ।

ପ୍ରିୟା କଥା ଭାବି ପ୍ରେମିକ ପ୍ରବର

ପ୍ରେମ ପତ୍ର ଲେଖି ବସେ ,

ବାଡ଼ି ବଗିଚାରେ ଖିଲି ଖିଲି ହେଇ

ରଜନୀଗନ୍ଧାଟା ହସେ ।

ପଲଙ୍କେ ପ୍ରେୟସୀ ହୁଏ ଭାରି ଖୁସି

ପାଇ ସ୍ଵାମୀ ଆଲିଙ୍ଗନ,

ଦୁଇଟି ଶରୀର ଏକ ହୋଇଯାଏ

ଦୁଇ ମନ ଏକମନ।

ତୁମ ଆଗମନେ ନିଦ୍ରିତ ନୟନେ

ଦେଖଇ ସପନ ନିତି,

କେବେ ନୃପ ସାଜେ କେବେ ପ୍ରେମେ ହଜେ

କେବେ ହୁଏ କୋଟିପତି।

ଧନୀ ଗରିବର ଭାଙ୍ଗିଣ ପ୍ରାଚୀର

କରିଦିଅ ଏକାକାର,

ଦୁନିଆ ଜାଣିଛି ତୁମ ପାଖେ ନାହିଁ

ଭେଦ ପର ଆପଣର।

ତୁମେ ଗଲାପରେ ପେଟ ପାଇଁ ନାଟ

ଟଙ୍କା ପଛେ ସବୁ ବାଇ,

ସେଥିପାଇଁ ପରା ନିସଙ୍ଗୀ ଜୀବନ

ତୁମ ବାଟ ଥାଏ ଚାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract