Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Classics Fantasy

3  

Satyanarayan Sahoo

Romance Classics Fantasy

ବିବାହରେ ଖୁସି

ବିବାହରେ ଖୁସି

1 min
183



କେତେ ଖୁସି ଲାଗେ ବିବାହ ଉତ୍ସବ 

ହୁଏ ଯେବେ ଆୟୋଜନ 

ଅନ୍ତରେ ଯୋଗାଇ ଶାନ୍ତିର ରୁପେଲି

ନବ ଭାବ ଉନ୍ମାଦନ ।

ରୋମାଞ୍ଚ ସଞ୍ଚାର କରଇ ବର୍ଣ୍ଣାଢ଼୍ୟ

 ଉତ୍ସବର ଅନୁଷ୍ଠାନ

ମନେ ଭରେ କେତେ ଭାବର ପୁଲକ

ତୋଳେ ପ୍ରାଣରେ ପ୍ଲାବନ ।

ଆଲୋକ ମାଳାରେ ଦିଶେ ଝଲମଲ

ତୋରଣ , ମଣ୍ଡପ , ବେଦୀ

ନବ ବେଶ ବାସ ଭୂଷା , ଆଭୁଷଣ

ଉପୁଜାଏ ଯେତେ ଖୁସି ।

ଭୋଜି ଭାତ ଖାଇ ମଉଜ ଭିତରେ

ପାଳନ କରନ୍ତି ଏହା

ଆନନ୍ଦେ ଉଚ୍ଛୁଳି ଉଠଇ ଯେ ମନ

ବର୍ଣ୍ଣନା କେ କରେ ତାହା ?

 



Rate this content
Log in

Similar oriya poem from Romance