Niranjan Mishra

Abstract

4  

Niranjan Mishra

Abstract

ବିବାହ

ବିବାହ

1 min
243



ଦୁଇଟି ଆତ୍ମାର ପବିତ୍ର ମିଳନ

ହୋଇଥାଏ ବିବାହରେ ।

ସାତ ଜନମକୁ ବନ୍ଧା ଏ ସମ୍ପର୍କ

ରହିଛି ଲୋକ କଥାରେ । ୧।

ବିବାହ ସମ୍ପର୍କ କେଡେ ମହୀୟାନ

ପବିତ୍ର ସମ୍ପର୍କ ଏହା ।

ସୁସ୍ଥ ସମାଜର ସୁସ୍ଥ ପରମ୍ପରା

ଚଳି ଆସିଅଛି ଯାହା ।୨।

ପୁରୁଷ ଓ ନାରୀ ବିବାହ ବନ୍ଧନେ

ରହନ୍ତି ଆବଦ୍ଧ ହୋଇ ।

ଏକ ଆରେକର ସହଯୋଗୀ ହୋଇ

ନିଅନ୍ତି ଜୀବନ ବାହି ।୩।

ଘର ପରିବାର ସୁଖରେ ଚଳାନ୍ତି

ଦୁହେଁ ହେଲେ ଏକ ମନ ।

ଅଶାନ୍ତିର ଝଡ ମାଡି ଆସିଥାଏ

ହୁଅନ୍ତି ଯଦି ବିମନ ।୪।

ସୁସ୍ଥ ପରିବେଶ ସୃଷ୍ଟି ହୋଇଥାଏ

ସୁଖୀ ହୁଏ ପରିବାର ।

ଉଭୟଙ୍କ ମଧ୍ଯେ ବୁଝାମଣା ଥିଲେ

ପାଆନ୍ତି ଦୁହେଁ ଆଦର ।୫।

ବନ୍ଧୁ ପରିଜନ ସନ୍ତାନ ସନ୍ତତି

ସଭିଙ୍କୁ କରି ଆଦର ।

ପବିତ୍ର ବିବାହ ବନ୍ଧନ ଦିଅଇ

ଗତି ମୁକତି ଆବର ।୬।

ଚତୁର୍ବର୍ଗ ଫଳ ଧର୍ମ ଅର୍ଥ କାମ

ମୋକ୍ଷ ମିଳେ ବିବାହରେ।

ସଂସାର ସାଗର ତରିବା ସୁଗମ

ହୋଇଥାଏ ସହଜରେ। ୭।



Rate this content
Log in

Similar oriya poem from Abstract