STORYMIRROR

Amarananda Nayak

Thriller Others

3  

Amarananda Nayak

Thriller Others

ଭୁଲ ବୁଝିବେନି

ଭୁଲ ବୁଝିବେନି

1 min
129


ସାହିତ୍ୟ ଜଙ୍ଗଲରେ, ସାହିତ୍ୟିକ ବସା

ମାଳ ମାଳ।

ସ୍ରଷ୍ଟା ପଲ ପଲ ସୃଷ୍ଟି ବହଳ, 

କିନ୍ତୁ କଲମ ଦୁର୍ବଳ। 

ସାହିତ୍ୟିକ ବଡ ମୁଣ୍ଡ ମାନେ। 

ପ୍ରତିଷ୍ଠିତ, ଅଧିଷ୍ଠିତ ବିଚାରପତି ଗଣ, 

ସତରେ କ'ଣ ସବୁ ଲେଖା ପଢନ୍ତି! 

ସାହିତ୍ୟ ସାଗରରେ ବୁଡ ମାରନ୍ତି! 

ଶାମୁକା ଭିତରୁ ମୁକ୍ତା ଖୋଜନ୍ତି। 

ନା ଚିହ୍ନା ଅଚିହ୍ନା ମୁହଁର ଦ୍ବନ୍ଦ୍ବରେ, 

ଧନ୍ଦି ହୁଅନ୍ତି।

ନା, ଚିହ୍ନା ବ୍ରାହ୍ମଣର ପଇତା,

ଲୋଡା ନାହିଁ ଭାବି ଖାଲି ଆଖି ବୁଲାଇ, 

ଆଣନ୍ତି ପୃଷ୍ଠା ଓଲଟାନ୍ତି! 

କଳାପଟି ବନ୍ଧା ଆଇନର ତରାଜୁ ଧରି, 

ଉଚିତ ନ୍ଯାୟ ଦିଅନ୍ତି! 

କାଳେ କାଳେ ଏମିତି ଚାଲି ଆସୁଛି। 

ଚାଲିବ ଆଗକୁ ମଧ୍ଯ। 

କର୍ଣ୍ଣ ସବୁଙ୍କୁ ଅଭିଶପ୍ତ ହେବାକୁ ପଡିବ। 

ଏକଲବ୍ୟ ମାନଙ୍କୁ ବୁଢା ଆଙ୍ଗୁଳି, 

ଦେବାକୁ ବାଧ୍ଯ। 

କିଏ ପାଇଲା ମାନପତ୍ର, ପ୍ରମାଣ ପତ୍ର, 

ପାନପତ୍ର ବା ପାରିତୋଷିକ ପତ୍ର, 

ସେ ସକାଶେ ଆମେ କିଆଁ ଏତେ ବିବ୍ରତ? 

  କିଏ ପଢେ, କିଏ ଚିଡେ କିଏ 

  ସାଇତି ରଖିଛି ମନରେ? ତାହା

 କେବଳ ପଡିଲାବାଲାଙ୍କୁ ହିଁ ଅବଗତ। 

ଆମେ ଓଡ଼ିଆ, ଆମ ଭାଷା ବଢିଆ, କିନ୍ତୁ

ଭାବନା ତେଢିଆ। ଆମେ ଚଳୁଛନ୍ତି, 

ପାଉଛନ୍ତି ଅନେକ କିଛି ମାଗଣା। 

ଖଣ୍ଡିଏ ଖବର କାଗଜ, ଗୋଟିଏ ପତ୍ରିକା, 

କିଣିଲେ, ଚଳିଯାଉ ଭାଗବଣ୍ଟା କରି। 

ଭାବୁ, ଧନ କାହିଁକି ସାରିବା ଚଳେଇବା, 

ଏଇମିତି ପାଇ ମାଗଣା। 

ଭାଷା, ଭାବନା, କଳ୍ପନା, ବାସ୍ତବ ରୂପକଥା

ଯାହା ହୃଦୟକୁ ଯାଏ ଛୁଇଁ ଛୁଇଁ।

ସାଧାରଣ ଜୀବନ ବେଦନା, ଯାତନା

ମୋ ମନ ଅଗଣାରେ କାନ୍ଦେ କଇଁ କଇଁ। 

ତାହାକୁ ବାଢିଛି ମୁଁ କଲମ ମୁନରେ। 

ଭାଷାର କପଟ ଜାଲ ବୁଣିବାକୁ ଚାହିଁ ନାହିଁ। 

ଏସବୁ କିନ୍ତୁ ମିଳେନାହିଁ ମାଗଣା। 

କବିତା ଖୋଜେନା ମାନପତ୍ରର ଠିକଣା। 

ମଣିଷ ମନରେ ଯଦି ଟିକିଏ ମିଳିଗଲା ଜାଗା। ତାହା ହିଁ କବିର ସର୍ବଶ୍ରେଷ୍ଠ ପାଉଣା। 

ବନ୍ଧୁଗଣ! ସବୁଦିନେ ଏକ ପ୍ରକାର ରୋଷେଇ ଲାଗିଲା ଅରୁଚି। 

ଆଜି ଟିକେ କଞ୍ଚା କଲୁରୀବେଣ୍ଟ, 

ବଢିବାକୁ ବଳି ଗଲା ରୁଚି। 

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller