STORYMIRROR

Snigdha Panda

Abstract Romance Classics

4  

Snigdha Panda

Abstract Romance Classics

ଭ୍ରମ

ଭ୍ରମ

1 min
256

ଯେତେ ଥର 

ଚାହିଁଲି ଆଇନାକୁ 

ଦେଖାଗଲା ତମ ମୁହଁ 

ଯାହା କେବେ ଦେଖି ନାହିଁ 

ଶୁଭୁଥିଲା ବାହାରୁ 

ତମେ ଡାକିବାର 

କେବେ କେବେ

ପାଦ ଶବ୍ଦ ତମର

ଯାହା କେବେ ଶୁଣି ନାହିଁ 

ଅଥଚ ଏକାନ୍ତ

ପରିଚିତ ମୋର 

କେବେହେଲେ ଭୁଲି ନ ହେବାର

ମୁହଁ ଫେରେଇ 

ଚାହିଲା ବେଳକୁ 

ତମେ ନୁହଁ. ତମେ ନୁହଁ 

ଏବଂ କେହି ନୁହଁ ॥


ତମ ସହ

ଦେଖା ହେବ ବୋଲି 

ରାତି ଦିନ

ଦିନ ରାତି ମୋର

ଗୋଟେ ହିଁ ସମୟ

ଦୂରକୁ ଆସିଲେ 

ଆଖିଯାକ ଛଳ ଛଳ ଲୁହ

ଛାତି ଯାକ କୋହ

ନିଜକୁ ବି ଶୁଣେଇବି 

ନାନାବାୟା କେତେ 

ତମେ ଆସିବାର

ମୂହୁର୍ତ୍ତକୁ ଆଖିରେ ସାଇତି 

ଅଥଚ ସେ ପଲକ 

ଟେକିଲା ବେଳକୁ 

ତମେ ନୁହଁ. ତମେ ନୁହଁ 

ଏବଂ କେହି ନୁହଁ ॥


ସହସ୍ର ସ୍ଵପ୍ନର

ଦର ଆଉଜା କବାଟକୁ ଧରି 

ନିରେଖିଛି ମୁଁ ଯେ 

ତମ ଆସିବାର ବାଟ 

ତମେ କଣ ବୁଝୁ ନାହିଁ 

ଏଇ ମୋର “ମୁଁ”ର ଅସ୍ତିତ୍ୱ

ତମର ସେ ଆସିବା ବାଟରେ

ଆଉ ସବୁ କାମନାକୁ 

ଫିଙ୍ଗି ଦେଇପାରେ, 

ପୁଣି ସ୍ମୃତିର ସ୍ୱପ୍ନରେ

ତମ କଥା ଭରିପାରେ 

ସ୍ଵପ୍ନ ତୁଟିଗଲେ

ତମେ ନୁହଁ. ତମେ ନୁହଁ 

ଏବଂ କେହି ନୁହଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract