STORYMIRROR

BHAGABANA NAIK

Tragedy

3  

BHAGABANA NAIK

Tragedy

ଭୋକିଲା ପେଟ

ଭୋକିଲା ପେଟ

1 min
245

 ଜୀର୍ଣ୍ଣଶୀର୍ଣ୍ଣ ତନୁ 

ଚପଳତା ଲିଭିନି ମନୁ 

ଜଞ୍ଜାଳରେ ପାଦ ଦେଲା ଦିନୁ

ପ୍ରାଣ ସଞ୍ଚରି ଉଠିଛି ଆଜି.. 

ଶହେ ଦିନର କର୍ମ ଶୁଣୁ ଶୁଣୁ।

ପଙ୍ଗୁ ସ୍ଵାମୀ ଅଙ୍କେ 

ଶିଶୁପୁତ୍ରକୁ ଥୋଇ.. 

ଏରୁୁୁଣ୍ଡିବନ୍ଧକୁ ଡେଇଁ 'ରେବ'

କର୍ମ ଅନ୍ବେଷଣେ ଚାଲିଲା... 

ଭୋକିଲା ପେଟ ପାଇଁ ।

ଶିଶୁର ମୁନ୍ଦାଏ କ୍ଷୀର 

ସ୍ବାମୀର ମୁଠାଏ ଅନ୍ନ... 

ମନର ଆବେଗ ଚାପି 

ମିଳିଲା କର୍ମସଂସ୍ଥାନ। 

ବୟସ କୋଡ଼ିଏ ଟପିନି 

ଡଉଲ ଡାଉଲ ମୁହଁ... 

ଭାଗ୍ୟକୁ ନିନ୍ଦି 'ରେବ' 

ଅନ୍ତରେ ଚାପିଲା କୋହ ।

ଉଚ୍ଚ ଶିକ୍ଷିତ 'ପାତ୍ର', ଜାଣି 

ବାପ ଦେଇଥିଲେ ଝୁଅ.. 

ସ୍ବାମୀ ଅକର୍ମଣ୍ୟ ହେଲା ଦିନୁ 

ଚାରିିକାନ୍ଥ କୋଣେ ଝରାଏ ଲୁହ। 

ରୂପ ଯଉବନେେ

ଲଗାଇଲା ନିଆଁ

କଣ୍ଟ୍ରାକ୍ଟରର ଦୁଇ ଆଖି ....

ତା'ସାଥେ ମିଳିଲେ ଟାଉଟର ଯୋଡା 

ମୁନସୀ ଓ ଚପରାସି। 

ହାଡଭଙ୍ଗା ପରିଶ୍ରମ

ବେତନ ପାଏ ଅଧା ...

ଏ ପାାଖେ ସ୍ବାମୀ, ପୁତ୍ର 

ସେପାଖେ ଟଙ୍କା ଗଦା ଗଦା। 

ଧନ୍ୟବାଦ ଦେଲା ସ୍ରଷ୍ଟାଙ୍କୁ.. 

ହୃଦୟେ ଶତେକ ବିଦ୍ରୋହର ଆହ୍ବାନ

'ଧନ୍ଯରେ ସ୍ରଷ୍ଟା,

ଧନ୍ଯ ତୋ ସୃଷ୍ଟ ଦୁନଆ

ସବୁଠାରେ ଯଦି ସଇତାନର ଆଖି

ଏ ପଥରୁ ମୁୁଁ ହଟିବି କିଆଁ? 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy