STORYMIRROR

Aishwarya Mishra

Tragedy Inspirational

4  

Aishwarya Mishra

Tragedy Inspirational

ଭୋକିଲା ପେଟ

ଭୋକିଲା ପେଟ

1 min
214

ମୁଁ କବି ନୁହେଁ, କି ଭାବୁକ ମଧ୍ୟ ନୁହେଁ 

ମୋତେ କିଛି ବି ଫରକ୍ ପଡ଼େ ନାହିଁ ,

ଭାସ୍କର ପୂର୍ବରେ ଉଇଁଲେ,

ଅବା , ପଶ୍ଚିମରେ 

ମୋତେ ଆନମନା କରିପାରେନାହିଁ

ସକାଳ ଆକାଶର ବର୍ଣ୍ଣବିଭା ,

ମୋତେ ପୁଲକିତ କରିପାରେନାହିଁ

ବାଳଭାନୁର କର ସ୍ପର୍ଶ ,

ମୋ ଦୁନିଆଁରେ ତ ସକାଳ ଆସେ 

କପାଳରେ ଚିନ୍ତାର ରେଖା ଟାଣି 

ସାଥିରେ ଆଣେ ସେହି ପୁରୁଣା ସମସ୍ୟା ,

କେମିତି ପୂରିବ ଏ ଦି ଚାଖଣ୍ଡର 

ପେଟର ଭୋକ !

କେମିତି ଚଳିବ ଏ ଚାରି ପ୍ରାଣୀର ସଂସାର!

କାହା ମୁଖେ ଆଜି କ'ଣ ବା ଦିଆଯିବ ଆହାର !!


ମୋତେ କି ବା ଯାଏ ଆସେ,

ଏଠି ସରକାର ବଦଳିଲେ,

ସରକାର ଭାଙ୍ଗିଲେ ,

କି ନୂଆ କେହି ସରକାର ଗଢିଲେ,

ମୁଁ ତ ଜଗିଥାଏ କେବଳ,

ନିର୍ବାଚନ ପ୍ରଚାରକୁ 

ପ୍ରଚାର ସମୟରେ ବଣ୍ଟା ଯାଉଥିବା,

ଖାଦ୍ୟର ପୁଡିଆକୁ ,

ଯିଏ ମୋତେ,

ପେଟ ପୂରାଇ ଖାଇବାକୁ ଗଣ୍ଡେ ଦେଲା

ମୁଁ ପାଲଟିଯାଏ ତା' ସମର୍ଥକ ,

ଦିଏ କେତେ ଧରଣା,

"ଜୟ ହୋ"ର ନାରା ,

ମୋତେ କି ଜଣା, ଦେଶ ବା ଜାତିର ଅବସ୍ଥା ,

ମୋର ତ ସବୁ ନାଟକ,

କେବଳ ଏ ପାପୀ ପେଟର ଭୋକ ପାଇଁ

ମୋ ଚାରି ପ୍ରାଣୀର କଟୁମ୍ବ ପାଇଁ,


କିଏ ମୋତେ କହେ ଅଭାଗା

କିଏ କହେ ଦରିଦ୍ର 

କିଏ ଚୋର କି ତସ୍କର କହି

ଦୂରକୁ ଦିଏ ଠେଲି,

ମୋତେ ଏଇସବୁ ଆଉ କରେନାହିଁ 

ଜମା ବି ବ୍ୟତିବ୍ୟସ୍ତ,

ମୋର ତ ଅସ୍ତିମଜ୍ଜାରେ ଜମା ହୋଇଗଲାଣି,

ଯେତେ ସବୁ ତିରସ୍କାର,

କିଏ କ'ଣ କେବେ ବୁଝିପାରିବ ,

ଯେବେ ଚାରୋଟି ପେଟର ଭୋକ

ଦିନମାନ ଧରି ଧିକ୍କାର କରିଚାଲନ୍ତି,

ତୁମ ପାରିବାପଣକୁ ,

ସେତେବେଳେ ବିଷୟ ଶୂନ୍ୟ ହୋଇଯାଏ,

ସଂସାରର ସବୁ ନିନ୍ଦା , ଅପମାନ ,


ମୋ ପାଇଁ କିଏ ବି ରଖନ୍ତି ନାହିଁ 

ବ୍ରତ ବା ପୂଜା ,

ଏଠି ତ ବର୍ଷର ଅଧା ଦିନ ବିତିଯାଏ

ଭୋକରେ ,

କି ଲୋଡ଼ା ଆଉ ଭିନ୍ନ ଏକ ଉପାସର ,

ସେଥିପାଇଁ ବୋଧେ

ମୃତ୍ୟୁ ବି ଛୁଇଁ ପାରେନା ମୋତେ,

ଅଜର, ଅମର ସାଜି ନିତିଦିନ,

ମୁଁ ଲାଗିଥାଏ ମୋ କାମରେ

ଭୋକିଲା ପେଟର ,

ଭୋକ ମେଣ୍ଟେଇବା ନିଶାରେ ।।


Rate this content
Log in

Similar oriya poem from Tragedy