ଭୋକ
ଭୋକ
ଭୋକର ଅର୍ଥ କଣ
ଏହାର ସଂଜ୍ଞା ଉପରେ ଅନେକ ମତାମତ, ତର୍ଜମା
କିଏ ହସି ଦେଉଛି ନଅ ପ୍ରକାର ଛଅ ତିଅଣ ଖାଇ ତ
କିଏ କିଏ କାନ୍ଦି ପକାଉଛି ଖାଲି ଝୋଲା ଦେଖି
କିନ୍ତୁ ଉପରିସ୍ଥଙ୍କ ପାଖରେ ଦେବାକୁ ଖାଲି ଅଛି କିଛି ସମ୍ବେଦନଶୀଳତା !!!
ସତରେ କଣ ଏହା ଭୋକର ରୂପରେଖା
ଓହଃ କେତେ କଦର୍ଯ୍ୟ କେତେ ଅସହ୍ୟ !!!
ହଁ ପଚାରି ଥିଲି ସେ ଗରିବ ନାମକ ଵ୍ୟକ୍ତି ବିଶେଷକୁ, ସେ ଭୋକକୁ.......
କହିଲା....
ଟିଭିରେ ସମାଚାର ଦେଖିନୁ
ଟିକଟକ ଭିଡ଼ିଓ ଦେଖିନୁ
ମୁଖ ପୁସ୍ତିକାରେ ଅସରନ୍ତି ମତାମତ ଦେଖିନୁ
ଅନେକ ମୁଖରେ ଅନେକ ମୁଖା....
କିନ୍ତୁ ସବୁ ଯେ ମୋ ଆଗରେ ଦେଖାନ୍ତି ମିଛି ମିଛିକା ବ୍ୟଥା !!!
ସବୁ ଦେଖି ସରିଲା ପରେ ହେ ମାନବ ସମାଜ ଥରୁଟେ ପଚାର ନିଜ ଅନ୍ତରଆତ୍ମାକୁ.....
କର ସମୀକ୍ଷା ସତ୍ୟର
କଣ ନିଜକୁ ଲଜ୍ୟା ବୋଧ ହେଉଛି
ସେଥିପାଇଁ ବୋଧେ ତୋ ମୁଣ୍ଡ ତଳକୁ ନଇଁ ନଇଁ ଯାଉଛି !!!
ଆଇନାରେ ସକାଳେ ମୁଖ ଦର୍ଶୀବାକୁ ଡର ଲାଗୁଛି
ଠିକ ସେ ଦେଖିଲେ ସେ ମୋତେ ଛି... ବୋଲି କହୁଛି
ଧିକ ବୋଲି କହେ ମୋତେ
ପଚାରେ ତୁ କୁଆଡେ ସାଧାରଣ ଜନତା
କୁଆଡେ ଯାଇଛି ତୋ କ୍ଷମତା?
କିଛି ପଇସା ପାଇଁ ତ ତୁ ବସାଇ ଥିଲୁ
ଏ ଉପରିସ୍ଥ ମାନଙ୍କୁ
ଯାହାଙ୍କୁ ଖାଲି ପଦବୀ ଚିନ୍ତା.... !!!
ହଁ ଭେଟି ଥିଲି ସେ ବାପକୁ ଯାହାର କୁନି ଝିଅଟି ଘରେ ପହଞ୍ଚି ପାରିଲିନି ପଖାଳ ଗଣ୍ଡାକ ପାଇଁ !!!
ହଁ ଭେଟି ଥିଲି ସେ ମା କୁ ଯାହାର ପୁଅ ଘରେ ପହଞ୍ଚି ପାରିଲାନି, ଡର ଦେଖାଇ ଦେଲା ଆତ୍ମହତ୍ୟାର ବାଟ !!!
ହଁ ଭେଟି ଥିଲି ସେ ସ୍ତ୍ରୀ କୁ ଯାହାର ସ୍ୱାମୀ ପହଞ୍ଚି ପାରିଲାନି ଘରେ, ନିଦ୍ରା ଗଲା ରେଳ ଲାଇନ ତଳେ !!!
ହଁ ଭେଟି ଥିଲି ସେ ଭଉଣୀକୁ ଯାହାର ଭାଇ ଲାଗି ସେ ଗର୍ବ କରୁଥିଲା ଗ୍ରାମର ସବୁ ଯାନି ଯାତରା ରେ, ଆଜି ତା ପରିଚୟ ନିଜ ମାଟିରେ ସଙ୍କଟରେ !!!
ହଁ ଭେଟି ଥିଲି ସେ ଭାଇକୁ ଘର ଲୋକଙ୍କୁ ଲୁଚାଇ ଲୁଚାଇ ନିତି କଥା ହୂଏ ଭାଇ ସାଥେ, ସତ ଅସତ ହେଉ କି ଉପାୟ ଯୋଜନା କରେ ଏବଂ ଠିକ ଭାବି ଷ୍ଟେସନରେ ଅପେକ୍ଷା କରେ !!!
ସମସ୍ତଙ୍କ ବିଭିନ୍ନ ପ୍ରକାରର ଭୋକ
କିନ୍ତୁ ସବୁ ଅଙ୍କ କଷିଲା ପରେ କାହିଁ ଲାଗେ ଭୋକ ଖାଲି ସେଇ ପେଟ ଚାଖଣ୍ଡ କର ଏବଂ ନିଜ ମାଟିର..... !!!
ଚାଲିବା ପଥରେ କିଛି ଦାନବ ସହ ଭି ଭେଟ ହେଲା
ଖାଲି ମୁରୁକି ମୁରୁକି ହସୁଥିଲା
ଏ ଭୋକ ତା ପାଇଁ ଟିକେ ଅଲଗା ଥିଲା
ଭୋକ ସହ ତାର ଖେଳ ଥିଲା
ଜୀବନ ଯାଉ କିନ୍ତୁ ଧନର ମୂଲ୍ୟ ଥିଲା
ନିଜ ଲୋକ ନିଜ ଲୋକଙ୍କ ରକ୍ତ କୁସ୍ଚିତ ଜୋକ ପରି ଚୁସୁ ଥିଲେ
ମୃତ୍ୟୁର ହୋଲି କଦର୍ଯ୍ୟ ଅଟ୍ଟହାସ୍ୟ ଖେଳୁଥିଲେ !!!
ଏ ସବୁ ଦେଖି ମନୁଷ୍ୟତା କହି ଉଠି
ଥିଲା
ହେ ଦାନଵ ଭୋକ ମୁଣ୍ଡକୁ ତଳକୁ କରିଛି
ତୋ ଅସ୍ତିତ୍ବକୁ ଛାରଖାର କରିବାର କ୍ଷମତା ମଧ୍ୟ୍ୟ ରଖିଛି
ସେଥିପାଇଁ ତୋତେ ଶେଷ ଉପଦେଶ ମାନବିକତାର, ମୁନୁଷ୍ୟତାକୁ ସମ୍ମାନ ଦେ
ଭୋକକୁ ଡର ଏବଂ ଭୋକିଲା କୁ ମଧ୍ୟ୍ୟ ଡର !!!