ଭୋକ
ଭୋକ
ବିଚିତ୍ର ଦୁନିଆ ବିଚିତ୍ର ତା ରୀତି କିଛି ବୁଝି ହୁଏନାହିଁ,
କିଏ ଫିଙ୍ଗୁଥାଏ ଖୀରିପୁରି କିଏ ରୁଟି ଖଣ୍ଡେ ପାଏ ନାହିଁ ।
ସଡକଧାରରେ ଜରିଗୋଟାଇବା ଛୋଟପିଲାଟିକୁ ଦେଖ,
ସହଜରେ ଭୋକ ବୁଝିଯିବା ଆମେ ଦେଖି ତା ଝାଉଁଳା ମୁଖ ।
ରେଳଡବାସାରା ଛୁଆଟିକୁ ଧରି ମାଗୁଥାଏ ବୁଲିବୁଲି,
ମୁଠାଏ ଆହାର ଯୋଗାଡିବାପାଇଁ ପତାଇ ତାହାରଝୋଲି ।
କିଏପୁଣି ବସି ମନ୍ଦିରପାଶେ ଖାଦ୍ୟମୁଠାଏ ପାଇଁ,
ବିକଳନୟନେ ମନ୍ଦିର ଆଡେ ଆକୁଳେ ରହଇ ଚାହିଁ ।
ରୁଟିଖଣ୍ଡେ ପାଇଁ ଦୁଆରୁ ଦୁଆର କିଏପୁଣି ବୁଲୁଥାଏ,
ଭୋକର ଭୂଗୋଳ ସମସ୍ତଙ୍କପାଇଁ ବୁଝିବା ସହଜ ନୁହେଁ ।
ବେଶି ସେ ଚାହେଁନା ଆହାରମୁଠାଏ ପାଇଗଲେ ହୁଏ ଖୁସି,
ଆହାରମୁଠାଏ ପାଇଲେ ତାମୁଖେ ଝଲସେ ପରମ ତୃପ୍ତି ।
ଭୋକିଲାର ଦୁଃଖ ସମସ୍ତଙ୍କ ପାଇଁ ବୁଝିବା ସହଜ ନୁହେଁ,
ପରପେଟ ଦୁଃଖ ବୁଝିପାରେ ଯିଏ ମହତଲୋକଟି ସିଏ |