ଭୋକ
ଭୋକ
ସହି ହେଉ ନାହିଁ ଭୋକର ଜ୍ୱାଳାକୁ
ବାବୁମାନେ ଦୟା କର
ଚାଲିବାକୁ ପାଦେ ଦେହେ ଶକ୍ତି ନାହିଁ
ହୁଅନା ଜମା କଠୋର ।
ନାହିଁ ଘରଦ୍ୱାର ଧନ କି ସମ୍ପଦ
ବାପାମାଆଙ୍କର ଆଶ୍ରା
ଚିରା କପଡ଼ାରେ ଦେହ ଢାଙ୍କିଅଛି
ନିତି ହୁଏ ଲୋକହସା ।
କଅଁଳ ବୟସ ଭାରି କାମ କିଛି
ମୁହିଁ କରି ପାରେ ନାହିଁ
ପାରୁଥିବା କାମ ଦେଇ ଦିଅ ମୋତେ
କରିଦେବି ଖୁସି ହୋଇ ।
ବିଧାତାର କୋପ ଦୁଃଖରେ ସଢ଼ୁଛି
ଦେଇଦିଅ ମୁଠେ ଭାତ
ପଟେ ରୁଟି ଦେଇ ପୁଣ୍ୟ ଅରଜିବ
ଭୋକ ହୋଇଯିବ ଶାନ୍ତ ।