STORYMIRROR

Papu parida

Drama Tragedy

3  

Papu parida

Drama Tragedy

ଭୋକ

ଭୋକ

1 min
253


କୁନି କୁନି ହାତ ପସାରି ପସାରି

ବୁଲୁଥିଲା ସେ ଏ ପାଖରୁ ସେ ପାଖ

ମନରେ ଥିଲା ଯେ ଆଶା ଅସୁମାରୀ 

ପେଟରେ ଥିଲା ତା ଭୋକ।


ମଳିନ ଚେହେରା ଚିରାଫଟା କନା

ମାଗିବା ନଥିଲା ତା ସଉକ

ମନରେ ଥିଲା ଯେ ଆଶା ଅସୁମାରୀ 

ପେଟରେ ଥିଲା ତା ଭୋକ।


ତାତିଲା ଖରାରେ ଲଙ୍ଗଳା ପାଦ 

ଫୋଟକା କହୁଥିଲା ତା ଦୁଃଖ

ମନରେ ଥିଲା ଯେ ଆଶା ଅସୁମାରୀ 

ପେଟରେ ଥିଲା ତା ଭୋକ।


ଶୁଖି ଯାଇଥିଲା ଯନ୍ତ୍ରଣାର ଲୁହ

ସାତ ସପନ ଥିଲା ତା ସୁଖ

ମନରେ ଥିଲା ଯେ ଆଶା ଅସୁମାରୀ 

ପେଟରେ ଥିଲା ତା ଭୋକ।


ଅଜ୍ଞାନ ଅନ୍ଧାରେ ଦିନସାରା ବୁଲିବୁଲି

ଶୁଖି ଯାଉଥିଲା ବେକ

ମନରେ ଥିଲା ଯେ ଆଶା ଅସୁମାରୀ 

ପେଟରେ ଥିଲା ତା ଭୋକ।


ପାଖରେ ନଥିଲେ ବାପା ମା ତାର

ନା ଥିଲେ କେହି ପରିଚିତ ଲୋକ

ମନରେ ଥିଲା ଯେ ଆଶା ଅସୁମାରୀ 

ପେଟରେ ଥିଲା ତା ଭୋକ।


ସେଦିନ ବୁଝିଲି ଖାଦ୍ୟର ମହତ୍ତ୍ୱ

ଆଘାତ ଦେଲା ମୋ ବିବେକ

ମନରେ ଥିଲା ଯେ ଆଶା ଅସୁମାରୀ 

ପେଟରେ ଥିଲା ତା ଭୋକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama