STORYMIRROR

Prafulla Kumar Tripathy

Tragedy

4  

Prafulla Kumar Tripathy

Tragedy

ଭୋକ ଭୂଗୋଳ

ଭୋକ ଭୂଗୋଳ

1 min
557

ମତେ ଯଦି ଆଙ୍କିବାକୁ କିଏ କହେ

ଭୋକର ଚିତ୍ରଟିଏ

ମୁଁ ଆଙ୍କିଦେବି ନଗଡା,କେ.ବି.କେର

ଭୋକର ଭୂଗଳ ମାନଚିତ୍ର ା

ଭୂଗୋଳ ପୃଷ୍ଠା ଲେଉଟାଇଲେ

ଜାଣିହେବ ଭୋକର ଜ୍ବାଳା

କେତେ କଷ୍ଟ କେତେ ଯନ୍ତଣା ା

ଅଖିଆ ଅଫିଆ ମା"ର

ଶୁକୁଟା ସ୍ତନରୁ ବିନ୍ଦୁ ବିନ୍ଦୁ କ୍ଷୀର

ଦାରିଦ୍ରର ଦାବାଗ୍ନିରେ ଜର୍ଜରିତ

ପେଟ ପାଇଁ ବିକନ୍ତି କଅଁଳା ଶିଶୁ

ଅନ୍ଧାର ରାତ୍ରିରେ ଚାଲିଥାଏ

ପେଟ ପାଇଁ ଦେହର ଦହନ

ଦାଦନ ଖଟିବାକୁ ଯାଇ

କଟିଯାଏ ହାତ ଗୋଡ

ନିରିହ ମଣିଷଟି ଶେଷରେ ପଙ୍ଗୁ ହୁଏ ା

ଭୋକର ଅଗ୍ନିକୁଣ୍ତରେ ଝାସଦିଏ

ମଣିଷ କିଟ ପତଙ୍ଗ ପରି 

ଏ ହାତ କେବେଠୁ ରହିଛି

ଭୂଗୌଳ ବହିର ପୃଷ୍ଠାରେ

ଯାହା ଆମେ ପଢୁଥିଲୁ

ଏବେ ଆମ ପିଲା ପଢୁଛନ୍ତି

ଆଉ କେତେଦିନ ଏମିତି

ଭୂଗୋଳ ବହିର ମାନଚିତ୍ର ଦେଖିବା

ବିଷୁବ ରେଖାର ଉପରେ

ଟାଣି ହୋଇ ରହିଥିବା ଆକ୍ଷାଂଶା ଦ୍ରାଘିମା

ଆମେ ଆଉ କେତେ ଦିନ ସହିବା

ଭୂଗୋଳ ବହିର ପୁୃଷ୍ଠା ପଛେ କମିଯାଉ

ଭୋକ ଚିରକାଳ ଅସ୍ତ ହୋଇଯାଉ ା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy