STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଭୋଗର ସମ୍ପତ୍ତି

ଭୋଗର ସମ୍ପତ୍ତି

1 min
447

ଶରୀର ଭୂଗୋଳରେ

ଯାହାଥିଲା ଏକାନ୍ତ ନିଜସ୍ୱ

ଗୋପନୀୟ

ସବୁ କୁମାରୀତ୍ୱକୁ

ହୋମ କୁଣ୍ଡରେ

ପୂର୍ଣ୍ଣାହୁତି ଦେଲା ପରେ

ଉଛିଷ୍ଟ ହୋଇଗଲି

ସମର୍ପିତ ହୋଇ

ଜଣେ ଅଜଣା

ଆଦେଖା ମଣିଷ ହୃଦୟରେ।


ହଜିଗଲା ବାପଘର

ଦିଆ ନାଆଁ

ମୋ ପରିଚୟ

ଲାଲ ସୂର୍ଯ୍ୟ ମୋ ମଥାରେ

ଉଇଁଲା ପର ଠାରୁ।


ମୁଁ ହୋଇଗଲି

ଗୋଟେ ଭୋଗର ଦମ୍ପତ୍ତି

ମନୋରଞ୍ଜନ ଜୀବନ୍ତ କଣ୍ଢେଇ

ତୁମେ ମୋତେ ଭଣ୍ଡାଅ

କି ଭଲ ପାଅ

ସମସ୍ତେ ଗୋଡ଼ ଘଷିଲେ

ମୁଁ ଯେଣୁ ଦୁଆର ମୁହଁ

ପାହାଚ ପଥର।


ଝାଡୁ ହେଲି ଛିଣ୍ଡିଲି

ସେବା କରି କରି

ଚାହା ହେଲି ସିଝିଲି

ତୁମେ ପିଇଲ ସମସ୍ତେ କପେ କପେ

କ୍ଷତାକ୍ତ ହେଲା

ଦେହ ଓଠ ଓ ମନ

ତଥାପି ତୁମେ କେଉଁ ଛାଡିଲ ?


ପ୍ରତିକ୍ଷଣେ

ଓଁ ସ୍ୱାହା ହେଉଥିଲି

ଜୀବନ ଯଜ୍ଞରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy