STORYMIRROR

sasmita tripathy

Abstract Classics Fantasy

4  

sasmita tripathy

Abstract Classics Fantasy

ଭୋଦୁଅ ଆକାଶେ ଜହ୍ନ

ଭୋଦୁଅ ଆକାଶେ ଜହ୍ନ

1 min
506


ଭରା ଭାଦ୍ରବ ରେ ଅର୍ଘ୍ୟଥାଳି ଧରି

ଶରତ ଯେବେ ପ୍ରକାଶେ

ନିର୍ମଳ ଆକାଶେ ଭୋଦୁଅ ଚାନ୍ଦଟା 

ଖିଲି ଖିଲି ହୋଇ ହସେ ।


ଶୁଭ୍ର କାଶତଣ୍ଡୀ ନଈପଠା ଧାରେ 

ଗାଉଥାଏ ଯେବେ ଗୀତ

ଭଦ୍ରଵୀ ଜହ୍ନ ଟା ଭସା ବାଦଲରେ 

ଲୁଚକାଳି ଖେଳେ ମିତ ।


ଗଗନ ରେ ଦେଖି ଶଶାଙ୍କ ର କ୍ରୀଡା

ହାସ୍ୟ କୁମୁଦିନୀ ଗଣେ

ଜ୍ୟୋସ୍ନା ସ୍ପର୍ଶ ପାଇ ନୃତ୍ୟ କରୁଥାନ୍ତି

ମୃଦୁମନ୍ଦ ସମୀରଣେ ।


ଶରତ କୁମାରୀ ଜହ୍ନିଫୁଲ ରାଣୀ

ମାଦକତା ମାଳତୀ ରେ

ଅନ୍ଧାର କୁ ଜିଣି ହୃଦ ନିଏ କିଣି 

ଚନ୍ଦ୍ରାଲୋକ ପରଶରେ ।


ସମ୍ମୋହନୀ ସେହି ଭୋଦୁଅ ର ଚାନ୍ଦ 

ଭସାମେଘ ଜହ୍ନରାତି

ସ୍ୱଚ୍ଛ ଶୋଭାମୟ ବଡ ମନୋହର 

ଜ୍ୟୋସ୍ନା ବିଧୌତ ପ୍ରକୃତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract