STORYMIRROR

SARADA NAYAK

Abstract Tragedy Classics

2  

SARADA NAYAK

Abstract Tragedy Classics

ଭଙ୍ଗା ସପନ

ଭଙ୍ଗା ସପନ

1 min
224

ଏଇ,

ଦେଖି ଯାଅ ଥରେ ଆସି

କେମିତି ମୋ ସ୍ବପ୍ନ ସବୁ, 

ବୁଣି ହେଇ ପଡ଼ିଛି

ଠିକ୍ ଚୂନା ଚୂନା ଭଙ୍ଗା କାଚ ପରି।

ଯଉଟା କୁ ନିଜ ହାତରେ ଗଢ଼ି,

ମୋତେ ଦେଇ ଥିଲ

ସାଇତି ରଖିବାକୁ ପାଖରେ।

କେବେଠୁ ଭାଙ୍ଗିଲାଣି

ହେଲେ ଆଜିବି ପଡ଼ିଛି ଇତସ୍ତତ ହେଇ।

କିଛି

ମୋ ପାଦ ପାଖରେ,

କିଛି,

ମୋ ହ୍ୱିଲ ଚେୟାର ତଳେ

ଆଉ କିଛି

ଇଆଡ଼େ ସିଆଡେ ବିଛୁରିତ ହେଇ।

ଗଲା ଆସିଲା ବେଳେ,

ଯିଏ ଯାଉଛି,

ସିଏ ଆଡେଇ ଦେଇ ଯାଉଛି ପାଦରେ

ଖଣ୍ଡ ଖଣ୍ଡ ସ୍ବପ୍ନ ସବୁକୁ

କାଳେ କାହା ପାଦରେ ଆଘାତ ଦେବ ବୋଲି।

ମୁଁ ସେମିତି ଦେଖୁଛି ବସି ବସି

ଚୁପ୍ ଚାପ୍।

ଦେଖୁଛି,

ଯେତେ ଖଣ୍ଡ ସେତେ ପ୍ରତିବିମ୍ବ ତୁମର-

ସେଥିରେ।

ହେଲେ,

ଦୂରେଇ ଯାଉଛନ୍ତି,ମୋ ପାଖରୁ।

ଅଦମ୍ୟ ଚେଷ୍ଟା କୁ ଉପହାସ କରୁଛି,

ମୋ ହ୍ୱିଲ ଚେୟାର।

ମୁଁ ଆଉ ନଇଁ ପାରୁନି

କି ନିଜେ ବି ସାଉଁଟି ପାରୁନି

ପଙ୍ଗୁ ବୋଲି।

ହେଲେ ଲାଜ ରେ,

କାହାକୁ କହି ବି ପାରୁନି

ସାଉଁଟି ଦେବା ପାଇଁ,

କାଳେ କିଏ ଖରାପ୍ ଭାବିବ

ଜାଣିଲେ,

ଏ ଭଙ୍ଗା କାଚ ଗୁଡାକ ମୋର ବୋଲି।

ସେଇଥି ପାଇଁ ଯାହା ଖାଲି

ମିଛରେ ହସୁଛି,

କେହି ଯେମିତି ପାରିବେନି ଜାଣି।


ଏଇ ,

ଏମିତି ସ୍ବପ୍ନ ଟିଏ ଦେଇ ଥିଲ ତୁମେ ମୋତେ!!

ମିଛୁଆ

ତୁମେ ଠିକ୍ ଜାଣି ଥିଲ ନା

କାଚ ଟା,

ଭାଙ୍ଗି ଯିବ ଦିନେ ଅତି ସହଜରେ

ତଥାପି ଦେଇ ଥିଲ।

ଭାଙ୍ଗି ଗଲା

ତୁମ ଇଚ୍ଛା ବି ସେଇଆ ଥିଲା ବୋଧେ।

ତୁମେ କାଚର ସ୍ବପ୍ନ ସବୁ

କାହିଁକି ତିଆରି କର କେଜାଣି?

ଭଲ ଦିଶେ ବୋଲି

ନା ଶସ୍ତା ବୋଲି?

ସହଜ ରେ ଧରେଇ ହେବ ଯାହାକୁ ବି।

ଭାଙ୍ଗି ଗଲେ ଦୋଷ ବି ନାହିଁ

ନା ରହିବ ଚିହ୍ନ

ନା ବର୍ଣ୍ଣ

ନା ମନେ ରହିବ କିଛି ଆକୃତି

ନା ହେବ କେବେ କାହା ସ୍ମୃତି।

ଯାହାକୁ ମନେ ପକେଇ-

ହ୍ୱିଲ ଚେୟାର ରେ ଭଙ୍ଗା ସପନ କୁ ଦେଖି,

କିଏ ଝୁରି ହେବ ତୁମକୁ

ଆଉ,

କେବଳ ତୁମକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract