ଭଙ୍ଗା ହୃଦୟ
ଭଙ୍ଗା ହୃଦୟ
ହୃଦୟଟା ମୋର ଭାଙ୍ଗି ଦେଲ ଯେବେ
ଜୀବନଟା ତୁଛା ମରୁ ପ୍ରାନ୍ତର
ଡହଡହ ଖରା ବାଲୁକା ଶଯ୍ୟାରେ
କେମିତି ବିତିବ ଦିନ ହେ ଈଶ୍ଵର
ମରୀଚିକା ସାଜି ମିଛ ଜଳ ରାଶି
ଝଲସେ ଆଖିରେ
ବାରମ୍ଵାର ସେ ନିରନ୍ତର, ହୃଦୟଟା ମୋର।।
ମନ ଆକାଶଟା ଛିଣ୍ଡି ଯାଉଅଛି
ଜୀବନ ପବନ ହେଉଛି ସ୍ଥିର
ମନ ବନେ ବହ୍ନି ଜାଳି ପୋଡି ଦିଏ
ହୃଦୟ ହେଲାଣି ପୋଡା ଅଙ୍ଗାର
ଲୁଚି ଯାଉଅଛି ସୁଖ ଶାନ୍ତି ଯେତେ
ମୋ ଭାଗ୍ୟ ବିଧାତା
ସତେ କି ହେଲ କି ବଧିର, ହୃଦୟଟା ମୋର।।
ଦୁଃଖ ବୈତରଣୀ ଉଛୁଳି ଉଠଇ
ସଂସାର ନଉକା ହୁଏ ଟଳମଳ
ସ୍ଥବିର ଶରୀର ହେଲାଣି ଦୁର୍ବଳ
ପ୍ରାଣ ଦୀପ ଶିଖା ଚଞ୍ଚଳ ଅସ୍ଥିର
ଗଳିତ ପଳିତ ଜରା ରୋଗ ଗ୍ରସ୍ଥ
ନିର୍ଦ୍ଦୟ କାହିଁକି
ନିର୍ବୋଧ କରିଣ ଠାକୁର, ହୃଦୟଟା ମୋର।।
ମାଟି କେ ଛୁଇଁଲେ ସୁନା ହୋଇଯାଏ
ସୁନା ଧଇଲେ ମୁଁ ହୁଅଇ ମାଟି
ଛାଇ ଛୁଇଁଦେଲେ ଅପସରି ଯାଏ
କ୍ଷଦୋତ ଉଡନ୍ତି ଆଖି ଆଗେ ଆସି
ଜନମ ଜାତକ ମାଟି ହୋଇଗଲା
ଜୀବନ ଅସାର,
ହେଲିଣି ଆସି ମୁଁ ପଥର, ହୃଦୟଟା ମୋର।।
ବନ୍ଦନା ଥାଳିର ଦୀପ ଲିଭିଯାଏ
ବଦରି ପତର ହଳଦୀ ଚାଉଳ
ଉଭେଇ ଯାଉଛି ସହସା କେମିତି
ମଉଳି ଯାଉଛି ଫୁଲ ଦୃର୍ବାଦଳ
କାହିଁକି ଏମିତି ଛନ୍ଦ ରଚୁଅଛ
ନୀଳାଚଳ ପତି
କେମିତି ହେଲ ହେ ନିଷ୍ଠୁର, ହୃଦୟଟା ମୋର।।
ତଥାପି ତୁମର ନାମ ସଂକୀର୍ତ୍ତନ
କରୁଛି କରିବି କର ହୀନିମାନ
ନାହିଁ ଆଉ ଡର ହେଲିଣି ଉପଳ
ଗଲାଣିତ ଆସି ବେଳକତ ଜାଣ
ଆଉ କେଉଁ ସୁଖ ଖୋଜିବ ପ୍ରଫୁଲ୍ଲ
ପୂରଣ କରିଛ
ଯାହାଥିଲା ଇଛା ତୁମର, ହୃଦୟଟା ମୋର।।