ଭଲପାଏ ବୋଲି
ଭଲପାଏ ବୋଲି


କେବେ ଭାବନାରେ କେବେ ସପନରେ
ହୃଦୟକୁ ଛୁଇଁଯାଉଛ ତୁମେ
କେମିତି କହିବି ଭଲପାଏ ବୋଲି
ଲାଜେ ସରିଯାଏ ତୁମରି ନାମେ ।
ନିଦାଘ ସଞ୍ଜରେ ତନୁମନ ମୋର
ଶୀହରିତ ହୁଏ ବିନା ବର୍ଷାରେ
ପ୍ରୀତି ଆବେଗରେ ଜଳି ଉଠେ ହିଆ
ଶୀତୁଆ ରାତିର ଶେଷ ପ୍ରହରେ ।
ଶ୍ରାବଣ ପରଶେ ମୋ' ମନ ମୟୂରୀ
ତୁମ ପ୍ରତୀକ୍ଷାରେ ବିରହେ ଜଳେ
ଫଗୁଣ ଆସିଲେ ତୁମ ପ୍ରୀତି ରଙ୍ଗ
ଦେହକୁ ରଙ୍ଗେଇ ମୋ ସାଥେ ଖେଳେ ।
ବସନ୍ତ ଆସିଲେ ଫୁଲ ଗହଣରେ
ନାଚିଉଠେ ମନ ତୁମ ସ୍ମୃତିରେ
କେମିତି କହିବି ହଜେଇ ଦେଇଛି
ନିଜକୁ ମୁଁ ଆଜି ତୁମ ପ୍ରେମରେ ।