ଭଲ ପାଏ ମୁଁ ଅହିଂସାକୁ
ଭଲ ପାଏ ମୁଁ ଅହିଂସାକୁ
ସବୁ ଯୁଗରେ ଅହିଂସା ପରମ ଧର୍ମନୀତି,
ଅହିଂସା ମନ ମଧ୍ୟେ ସାର
ତାହା ତ ସୁଗୁଣ, ଅହିଂସା ଅଛି ଯେଉଁ ପୁରେ
ଧର୍ମ ସେଠାରେ କରେ ଘର ।
ଗଢାହୁଏ ଯେ ଅହିଂସା ମନ୍ତ୍ରରେ ସେ ଲୋକ
ଧନ୍ୟ ଏ ସଂସାର ଭିତରେ
ଅହିଂସାର ପଥ ମନେ ଦିଏ ଶାନ୍ତି, ଅହିଂସା
ତତ୍ତ୍ୱର ବଳେ ତିଷ୍ଠିଛି ଧରିତ୍ରୀ ।
ଅଶୋକ ଚଣ୍ଡାସୁରରୁ ହୋଇଲେ ଧର୍ମାଶୋକ,
ଅହିଂସା ବଳେ ଯୀଶୁ ଖ୍ରୀଷ୍ଟ
ଅହିଂସା ବଳରେ ତ ବାପୁଜୀ ସଂସାରରେ
ହୋଇଛନ୍ତି ପରା ଶ୍ରେଷ୍ଠ ।
ଇଚ୍ଛା ଥିଲେ ମୋର, ସହଜ ନୁହଇ ହେବା
ପାଇଁ ଗାନ୍ଧୀ ଗୋପବନ୍ଧୁ ପରି
ମନରେ ଭରିଥାଉ ଅହିଂସା ନୀତି ଓ ଇଛା
ଅନୁସରଣ କରିବାକୁ ପଥ ତାଙ୍କରି ।
ଭୀମଭୋଇଙ୍କର ଭାବନା ମୋ ଜୀବନ ପଛେ
ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ
ସେହି ଭାବନାରେ ସମାଜର ହିତ ପାଇଁ ଖୁସିର
ପସରା ଵାଣ୍ଟିବା ମୋ ପାଥେୟ ହେଉ ।
କବି ବା ଲେଖକଟେ ନୁହେଁ ମୁହିଁ, ଯାହା
ଲେଖୁଛି, ନିଜ ମନକୁ ଆସୁଛି ଯାହା
ଭାବନାରେ ଲେଖେ ଆପଣା ଖୁସି ପାଇଁ କେହି
ପଢୁ କି ନପଢୁ, ଵୁଝୁ କି ନଵୁଝୁ ତାହା ।
