Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Children

3  

Rama chandra Pradhan

Children

ଭଲ ମଣିଷଟେ ହେବି

ଭଲ ମଣିଷଟେ ହେବି

1 min
23


ଆଜି ଠାରୁ ମୁହିଁ ଶପଥ କରୁଛି 

   ଭଲ ମଣିଷଟେ ହେବି 

ବାପା ବୋଉଙ୍କର ହିତ ଉପଦେଶ 

  ନିଃସର୍ତ୍ତରେ ମାନିନେବି l

ଜୀବନରେ ଆସୁ ଯେତେ ଝଡ଼ଝଞ୍ଜା 

   ଧୈର୍ଯ୍ୟହରା ହେବି ନାହିଁ 

ସାହସର ସହ ମୁକାବିଲା କରି 

    ଆଗକୁ ବଢ଼ିବି ମୁହିଁ l

କାହାରିକୁ କେବେ କଷ୍ଟ ହେଲା ଭଳି

    କହିବିନି କଟୁକଥା 

ଗୁରୁଜନ ଆଗେ ସଦା ଚାଲୁଥିବି 

   ନୁଆଁଇ ମୋହର ମଥା l

ଠକିବା ନିମନ୍ତେ ମିଛ କହିବିନି 

   ସତ୍ୟତାକୁ ବନ୍ଧାରଖି 

ଅବାଟରେ ଯାଇ ଧନ ସଞ୍ଚିବିନି 

   ଛଳନାର ରଙ୍ଗମାଖି l

ନୀତି ଆଦର୍ଶକୁ ପାଥେୟ କରି କି'

   ସଭିଙ୍କୁ ସମ୍ମାନ ଦେବି 

ଗର୍ବ ଅହଂକାର ପରିହାର କରି 

  ଭଲ ମଣିଷଟେ ହେବି l



Rate this content
Log in

Similar oriya poem from Children