ଜଗନ୍ନାଥ ଜଗଦୀଶ୍ଵର
ଜଗନ୍ନାଥ ଜଗଦୀଶ୍ଵର
ମନୋଜ୍ଞ ମନମୋହକ ଯେ ରଙ୍ଗାଧରଙ୍କ ମୃଦୁହାସ
ସୁରମ୍ୟ ଯେ ରମାଶ୍ରୀ ରଙ୍ଗନାଥଙ୍କ ଅଦ୍ଵିତୀୟ ଉଆସ
ଚକ୍ରଧର ଶଙ୍ଖଧରଙ୍କ ଭବ୍ୟ ଦିବ୍ୟଦର୍ଶନ ଦିଏ ଆଶ୍ୱାସ
ରାଜାଧିରାଜଙ୍କ ଉପାସନାରେ ଲୀନ ରହୁ ଶ୍ୱାସପ୍ରଶ୍ୱାସ
ଚିରକାଳ ରହିବ ଚକାଆଖିଙ୍କ ଦୟାଦାକ୍ଷିଣ୍ୟ ପ୍ରତି ବିଶ୍ୱାସ ।୧।
ଅଳଙ୍କାରପ୍ରିୟ ହେଉଛନ୍ତି ଆମର ଶୋଭାବନ ଶ୍ୟାମସୁନ୍ଦର
ଭକ୍ତବତ୍ସଳ ହେଉଛନ୍ତି ଲୋକାଭିରାମ ଅନନ୍ତରୁପୀ ସର୍ବେଶ୍ୱର
ସର୍ବଜନୀନଙ୍କ ସୁରକ୍ଷା କରନ୍ତି ଧୀରେନ୍ଦ୍ର ଧରାପତି ଧରଣୀଧର
କଳ୍ପତରୁ ହେଉଛନ୍ତି ଆମର ପରଂବ୍ରହ୍ମ ପରମାତ୍ମା ପରମେଶ୍ୱର
ସଦଇବ ସମଦର୍ଶୀ ହେଉଛନ୍ତି ଜଗଦାତ୍ମା ଜଗନ୍ନାଥ ଜଗଦୀଶ୍ୱର ।୨।
ଶ୍ରୀମନ୍ଦିର ଶ୍ରୀଦେବୀଙ୍କର ହେଲେ ଶ୍ରୀମନ୍ତ ଶ୍ରୀକାନ୍ତ ଶ୍ରୀଧର
ଭୂମଣ୍ଡଳ ଭୂଦେବୀଙ୍କର ହେଲେ ମଦନମୋହନ ମହୀଧର
ଗୋକୁଳ ବୃନ୍ଦାବନର ହେଲେ ବରଦ ବଂଶୀଧର ଗିରିଧର
ଆରାଧକଙ୍କର ହେଲେ ଦୀପଙ୍କର ଭବସାଗର ଦାମୋଦର
ଚରାଚର ଜଗତର ନାଥ ହେଉଛନ୍ତି ଦେବାଧିଦେବ ହରିହର ।୩।
