Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Naliniprava Subudhi

Fantasy

4  

Naliniprava Subudhi

Fantasy

ଭକ୍ତ ହନୁମାନ

ଭକ୍ତ ହନୁମାନ

1 min
326



ଜୟ ହନୁମାନ ଅଞ୍ଜନା ନନ୍ଦନ

ଜୟ କପିକୂଳ ଶ୍ରେଷ୍ଠ

ଶ୍ରୀରାମଙ୍କ ଦୂତ ବସ୍ତ୍ର ଆଚ୍ଛାଦିତ

ହୋଇଲ ତୁମେ ଭୂମିଷ୍ଠ।


ଜନମରୁ ତୁମେ ବାଳ ଅରୁଣଙ୍କୁ

ଫଳ ଭାବି ଗ୍ରାସ କଲ

ଅନ୍ଧାର ଗ୍ରାସିଲା ଶଙ୍କା ଉପୁଜିଲା

ତ୍ରସ୍ତ ହେଲେ ଦେବକୂଳ।


ଵଜ୍ର କଲେ ମାଡ଼ ଭାଙ୍ଗି ହନୁହାଡ

ପକାଇଲେ ଶଚିପତି

କ୍ରୋଧରେ ପବନ ରୁଦ୍ଧି ସର୍ଵସ୍ଥାନ

କୋଳରେ ଧରି ମାରୁତି।


ପର୍ବତ କନ୍ଦର ଦେବତା ସକଳ 

ମିଳିଲେ ଆସି ଝଟତି

ଦେଲେ ଜୀବଦାନ ରଖି ତାଙ୍କ ମାନ

ବଞ୍ଚି ଉଠିଲେ ମାରୁତି।


ଵଜ୍ର ମାରି ଇନ୍ଦ୍ର ଦେଲେ ବଜରଙ୍ଗୀ 

ଅଙ୍ଗ ହେଲା ବଜ୍ରକାୟ

ଶଙ୍କଟ ମୋଚନ ଜୟ ହନୁମାନ

ଗତି ପବନ ସହାୟ।


ସୀତା ରଘୁନାଥ ହୃଦୟେ ଶୋଭିତ

ମୁକୁତା ମୂଲ୍ୟ ନଵୁଝ

ମୁକୁତାର ହାର ସୀତା ମାତା ବର

ପ୍ରଭୁ ବିନା ସବୁ ତୁଚ୍ଛ।


ପତି ସୁହାଗିନୀ ଜନକ ନନ୍ଦିନୀ

ମଥାରେ ମାଖି ସିନ୍ଦୂର

ପତିବ୍ରତା ଧର୍ମ ପ୍ରଭୁ ରାମନାମ

ମୁଖେ ବୋଳିଲ ସତ୍ଵର।


ତୁମ ପାଇଁ ଶ୍ରେଷ୍ଠ ରାମ ତୁମ ଇଷ୍ଟ

ଛାତିରେ କଲ ଧାରଣ

ତୁମ ନାମ ଧ୍ଯାନ ଭୂତ,ପ୍ରେତ ମାନ

ଭୟ ହୁଅଇ ହରଣ ।


ସର୍ଵ ଶୁଭମୟ ଶ୍ରୀରାମ ଅଭୟ

ରୁଦ୍ର ଅବତାର ତୁମେ

ସଙ୍କଟ ମୋଚନ ଜୟ ହନୁମାନ

ପୂର୍ଣ୍ଣକର ମନସ୍କାମ।


Rate this content
Log in

Similar oriya poem from Fantasy