Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Abstract Tragedy Fantasy

3  

Anita Dash

Abstract Tragedy Fantasy

ଯନ୍ତ୍ରଣା

ଯନ୍ତ୍ରଣା

1 min
248



ଜୀବନର ଜଉଘରେ ଯନ୍ତ୍ରଣାର ସ୍ୱର ।

ଘୁମୁରି ଘୁମୁରି କାନ୍ଦେ ମନ ପାରା

ଆଶା-ଆକାଶ ଛାତିରେ ଉଡିବାର ପାଇଁ।

ବିଶ୍ୱାସ ଘାତକତାର କଳା ବାଦଲରେ,

ଆକାଶର ଅଗଣାରେ ପେନ୍ଥା ପେନ୍ଥା

ଅନ୍ଧକାର ଛାଇ।

ଛଳନାର ଯୂପକାଠ ତଳେ

ଦଗ୍ଧୀଭୂତ ସରଳ ବିଶ୍ୱାସ ।

ଜ୍ୱଳନର ଉତ୍କଟ ଗନ୍ଧରେ ଖାଲି

ଆକ୍ତା ମାକ୍ତା ତମାମ ପ୍ରଶ୍ୱାସ ।

ହୃଦୟ ଓ ଆତ୍ମାକୁ କବଳିତ କରି

ଯନ୍ତ୍ରଣାର ହିଲ୍ଲୋଳ ସବୁ ଝରିଯାଉଥାଏ

ପାଣି ହୋଇ, ଆଖିର ଝରକା ଦେଇ

ଦେହର ଦେହୁଳି ଡେଇଁ ।

ଆଉ ସେହି ଅଶ୍ରୁ ଜଳ ଧାରେ

ଭାସି ଭାସି ଯାଉଥାଏ ଜୀବନର ଜଉଘର

ସୁଅ ମୁହେଁ ପତରଟି ପରି ।

ପୁଣି କେବେ କେବେ!

ଘନଘନ ଦୀର୍ଘଶ୍ୱାସର ତତଲା ଛୁଆଁରେ

ଜୀବନର ଜଉଘର ଜଳୁଥାଏ କୁହୁଳି କୁହୁଳି ।

ଦିକି ଦିକି ନିଆଁ ତଳେ ପୋଡି ପୋଡି ଯାଉଥାଏ

ଚମଡା ମାଉଁସ ମଖା ମାଟି ପିଣ୍ଡଟିଏ ।

ଚମଡା ମାଉଁସ ମଖା ମାଟି ପିଣ୍ଡଟିଏ ।


Rate this content
Log in

Similar oriya poem from Abstract