Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotirmoyee Mohanty

Fantasy Others

3  

Jyotirmoyee Mohanty

Fantasy Others

ଅପ୍ରତ୍ୟାଶିତ

ଅପ୍ରତ୍ୟାଶିତ

1 min
218


ମୁଁ ପଚାରିବିନି ତାର କାରଣ 

ତୁମେ କାହିଁକି ଆସିଛି? 

କଣ ନେବାପାଇଁ ଆସିଛ? 

 ବାସ ଏତିକି କହି ପାରିବି 

ସମୟ ଆଉ ଆଗପରି ନାହିଁ 

ଆଗପରି ପବନରେ ନାହିଁ 

ସେ ମାଦକତା 

ଝରୁନି କାକର ଶୀତରେ 

ଆଷାଢ଼ ଭିଜାଇ ପାରୁନି 

ବିଦଗ୍ଧ ମାଟିର ଉତ୍ତାପ ।


ପକ୍ଷୀ ଵି ଉଡ଼ୁନି ଆକାଶେ 

ଶୂନ୍ୟ ପଡିଛି ଆକାଶ 

ସମୁଦ୍ରରେ ନାହିଁ ସେ ଉତ୍ତେଜତା 

ସୂର୍ଯ୍ୟ ରେ ନାହିଁ ଆଉ ପ୍ରଖରତା ।


କଣ ଦେଇପାରିବି ତୁମକୁ? 

ଋତୁ ଦେହୁ ରଙ୍ଗ, ଫୁଲ ଦେହୁ ମହକ 

ଆକାଶରୁ ନୀଳିମତା ଅବା ଜହ୍ନରୁ ଶୀତଳତା  

ନା ନଇ ଦେହୁ ପାଣି? 


ସବୁ ତ ହଜି ଗଲାଣି କେଉଁ କାଳୁ 

ବାକି ଯାହା ଅଛି 

ନୀଳ ଲୁହର ସାଗର 

ଲାଲ ଦୁଃଖର ଅଙ୍ଗାର 

ଲଣ୍ଡା ପାହାଡ ଥୁଣ୍ଟା ଗଛ 

ପାଣିଚିଆ ଖରା 

ଧୃମାଭ ଆକାଶ, ଶୁଷ୍କ ନଈ.. ।

 

ମାଡି ମାଡ଼ି ଆସିଲାଣି ଅନ୍ଧାର

ଯାଅ ଫେରିଯାଅ, 

ନ ହେଲେ ମୁହଁ କୁ ମୁହଁ ଦେଖାଯିବନି 

ଫେରେ କିଛି ଗୋଟେ ଅଘଟଣ ଘଟିବ ।



Rate this content
Log in

Similar oriya poem from Fantasy