Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotirmoyee Mohanty

Others

4.5  

Jyotirmoyee Mohanty

Others

ଶୀତ

ଶୀତ

1 min
417


ଶୀତ ତୁମେ ରାସ୍ତା କଡ଼ର  

ଏକେଲା ପଣରେ 

ଜଳୁଥିବା ବତୀଖୁଣ୍ଟ

ଶୀତ ତୁମେ ଗରିବ ଚାଳିର

ଜହ୍ନ ତାରା ତଳେ 

ଛିଣ୍ଡା କନ୍ଥାକୁ ନିଅଣ୍ଟ ।।


ଶୀତ ତୁମେ ଶୀତତାପ ଯନ୍ତ୍ର

କୋଠରୀ ଉତ୍ତାପ

ଧନୀ ମାନୀର ଉଚ୍ଛ୍ୱାସ 

ଶୀତ ତୁମେ କୁଆଁରୀ ମନର 

ଖିଆଲି ଭାବନା 

ମୁରୁକି ମୁରୁକି ହସ ।।


ଶୀତ ତୁମେ ଶାଗୁଆ ଘାସରେ 

ଚିକ୍‍ ଚିକ୍‍ କରି

ଝଟକୁ ଥିବା ମୁକୁତା 

ଶୀତ ତୁମେ ସୋରିଷ କ୍ଷେତରେ 

ପବନ ସାଥୀରେ 

ଉଡୁଥିବା ଶାଢୀ କଥା ।।


ଶୀତ ତୁମେ ଶୀତ ସକାଳର 

କିଚିରି ମିଚିରି 

ସକାଳ ସ୍ୱାଗତ ଗୀତ

ଶୀତ ତୁମେ ଗୋଧୂଳି ଲଗନେ 

ନୀଡ଼ ଫେରୁଥିବା 

ଅବଶ କଣ୍ଠର ଗୀତ ।। 


ଶୀତ ତୁମେ ନବ ଉନ୍ମାଦନା 

କାମନା ବାସନା 

ଶାନ୍ତି,ମୈତ୍ରୀ, ପ୍ରୀତି ଭାବ

ଶୀତ ତୁମେ ଶୀତ ସକାଳର 

କଅଁଳ କିରଣ  

ଉଷ୍ମତାର ଅନୁଭବ ।। 


ଶୀତ ତୁମେ ଗେଣ୍ଡୁ ଫୁଲର 

ବାସ୍ନାୟିତ ଲଗ୍ନ 

ମାଣବସା ଗୁରୁବାର 

ଶୀତ ତୁମେ ଘର ଅଗଣାରେ 

ପୂର୍ଣ୍ଣକୁମ୍ଭ ଟିଏ 

ଝୋଟି ଚିତାର ସମ୍ଭାର ।। 


ଶୀତ ତୁମେ କମ୍ୱଳ ତଳର 

ଅଳସୁଆ ଭାବ 

ପାହାଁନ୍ତି ପ୍ରହର ସ୍ୱପ୍ନ 

ଶୀତ ତୁମେ ଗୋଲାପୀ ଓଠରେ

ପ୍ରଥମ ଚୁମ୍ୱନ 

ଅମୃତର ଶୀହରଣ ।।


Rate this content
Log in