ନାନାବାୟା ଗୀତରେ ଶୀତ
ନାନାବାୟା ଗୀତରେ ଶୀତ
ଶୀତ ଆସିଛି
ବୈଶାଖର ଜ୍ୱାଳା,
ବର୍ଷାର ଶୀତଳ ଲୁହାବାଡ଼ ଡେ଼ଇଁ
ବାସ୍ତାରିଛି ତାର କାୟା
ଚାରିଆଡେ଼ ଦେଖ ଧୋବ ଧୂଆଁଳିଆ
କୁହୁଡ଼ିର ମାୟା ।
ସମସ୍ତଙ୍କୁ ଶୀତ ଜଡେ଼ଇ ଧରୁଛି,
ତେଣୁ କମ୍ୱଳ, ରେଜେଇ ତଳେ
ଲୁଚିବାକୁ ମଣିଷ ଚାହେଁ ।
ସ୍ୱେଟର, ମଫୁଲର, ଟୋପି, ମୋଜା,
ଜୋତା ପିନ୍ଧି ବାହାରକୁ
ସତେ ଯେମିତି ଶୀତ ତାଙ୍କୁ ଗୋଟାପଣେ ଗିଳିଦେବ ।
ଏ ସମୟରେ ଆମ ଗାଁ ମୁଣ୍ଡ ରାମୁ
ଚାହା ଦୋକାନରେ ଭାରି ଭିଡ଼
ଗରମ ଗରମ ଚାହା ପିଇ ଟିକେ ଉଷ୍ମ ଭରନ୍ତି ।
ଆଉ କିଏ କିଏ ବିକଳରେ
ନିଆଁଜାଳି ଶୀତକୁ ଘଉଡ଼ାଇବାକୁ ଉଦ୍ୟତ କରି
ବସି ଦେହ ହାତ ଗୋଡ଼ ସେକା ସେକି କରି ଅନୁକରୁଥାନ୍ତି ।
ଶୀତ ସମସ୍ତଙ୍କ ଭିତରେ ପଶିବାକୁ ଉଦ୍ୟତ କରେ
ହେଲେ ଶୀତକୁ ଯିଏ ବେଶୀ ଡ଼ରେ ତାକୁ ସେ ବହୁତ ଡ଼ରାଏ ।
ରଞ୍ଜନ, ଯିଏ ସବୁ ବେଳେ ଗୋଟେ କେନ୍ଦେରା ବଜାଇ
ଗୀତ ଗାଇ ଗାଇ ଭିକ ମାଗିବାକୁ ଆସେ
ତାକୁ ତ କାହିଁ ଏତେ ଡ଼ରାଏନି ଶୀତ
କିନ୍ତୁ ତା ଆୱାଜ ଏହି ଶୀତରେ
ଆହୁରି ସୁନ୍ଦର ଲାଗେ ।