Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotirmoyee Mohanty

Others

4  

Jyotirmoyee Mohanty

Others

ଶୀତ ଆସିଛି

ଶୀତ ଆସିଛି

1 min
239


ଶୀତ ଆସିଛି ସ୍ନିଗ୍ଧ ପ୍ରତ୍ୟୁଷରେ ଶୀତଳ ସ୍ପର୍ଶ ନେଇ 

ଶୀତ ଆସିଛି କଅଁଳିଆ ସୂର୍ଯ୍ୟଙ୍କର 

ବିଚ୍ଛୁରିତ ସୁନେଲି କିରଣ ହୋଇ  

ଶୀତ ଆସିଛି ଗଛରେ ଗଛରେ ପତ୍ରରେ ପତ୍ରରେ 

ଶୀତ ଆସିଛି ପାଚିଲା ଧାନ କେଣ୍ଡାରେ 

ଶୀତ ଆସିଛି ସୋରିଷ କ୍ଷେତରେ 

ହଳଦିଆ ଫୁଲରେ ଫୁଲରେ 

ଶୀତ ଆସିଛି ନାନା ଜାତି ଫୁଲର ଗନ୍ଧରେ 

ଶୀତ ଆସିଛି ପ୍ରଜାପତିର ଡେ଼ଣାରେ 

ଶୀତ ଆସିଛି ପୁଣି ଥୋପା ଥୋପା ମୁକ୍ତା ସାଜି 

ଘାସ ଗାଲିଚାରେ ।


ଶୀତ ଆସିଛି ପ୍ରତ୍ୟେକଙ୍କ ଘର ଦାଣ୍ଡରେ 

ମାଣବସା ଗୁରୁବାରର ସେ ଛୋଟି ଚିତାରେ

ଶୀତ ଆସିଛି ଗେଣ୍ଡୁ ଫୁଲର ସୁନେଲି ହସରେ 

ଶୀତ ଆସିଛି ପୁଣି ଶ୍ରୀ ମହାଲକ୍ଷ୍ମୀଙ୍କ ଆବାହାନରେ 

ଜଲୁଥିବା ଦୀପର ଶିଖାରେ । 

ଶୀତ ଆସିଛି ପାହାନ୍ତିଆ ପ୍ରହରେ ପ୍ରହରେ

ଦୂର ଦୂର ବ୍ୟାପି ଶଙ୍ଗ, ହୁଳହୁଳି, ଘଣ୍ଟି ଧ୍ୱନିରେ 

ଶୀତ ଆସିଛି ଆଧ୍ୟାତ୍ମିକ ଚେତନାରେ  । 


ଶୀତ ଆସିଛି କୁଆଁରୀ ଆଖିର ପାହାଁନ୍ତିଆ ସ୍ୱପ୍ନ ହୋଇ 

ଶୀତ ଆସିଛି ବିରହ ବିଧୂର ନୂଆଁ ବଧୂଟିର ପ୍ରତୀକ୍ଷାରେ 

ଶୀତ ଆସିଛି ପ୍ରେମିକ ମାନଙ୍କର ତିତିକ୍ଷାରେ 

ଶୀତ ଆସିଛି ଆହୁରି ନିକଟେଇ ନିକଟେଇ 

ଅଜା ଆଈଙ୍କ ଭିତରର ଦୂରତା ମିଟାଇ । 


ଶୀତ ଆସିଛି ଆଖିତଳ ଉଷ୍ମତା ହୋଇ 

ଶୀତ ଆସିଛି ଓଠଧାରେ ସ୍ମିତ ହାସ୍ୟଟିଏ ନେଇ  

ଶୀତ ଆସିଛି ସାଉଁଟା ସ୍ମୃତିରୁ ସୁରାଏ ନେଇ 

ଶୀତ ଆସିଛି ଗାଧୁଆ ତୁଠରେ ହଜି ଯାଇଥିବା ପାଉଁଜିକୁ ନେଇ 

ଶୀତ ଆସିଛି ହଜି ଯାଇଥିବା ସ୍ୱପ୍ନ ସବୁକୁ ସତେଜ କରି

ଶୀତ ପୁଣି ଆସିଛି ମହାର୍ଘ୍ୟ ମିଳନର ଋତୁ ଟିଏ ହୋଇ ।


Rate this content
Log in