ସେ ନାରୀଟିଏ
ସେ ନାରୀଟିଏ
ଏକ ସୁଶୀତଳ, ସୁମଧୁର, ନଈଟିଏ ସାଜି
ଦେଇ ଚାଲେ ତାର ନୀର
ଆପ୍ୟାୟିତ କରି
ହରୁଥାଏ ତୃଷାର୍ତ୍ତର ମନ
ସେ ନାରୀଟିଏ ।
ଏକ ସଜ ଫୁଟା ଗୋଲାପର ବଗିଚା ସେ
ସୁଗନ୍ଧିତ ତା ମହକରେ ମହକାଇବାକୁ ଚାହେଁ
ତାର ଆଖ ପାଖ
ସେ ନାରୀଟିଏ ।
ବସନ୍ତର ଋତୁଟିଏ ସାଜି
ଥୁଣ୍ଟା ଗଛ ସବୁର ଆଶା
ଆକାଂକ୍ଷାର ଗଢ଼ୁଥାଏ ସୌଧଟିଏ
ସେ ନାରୀଟିଏ ।
କୋଇଲିର କୁହୁକ ସିଏ
ବ୍ୟଥିତ ହୃଦୟର ମିଠା
ପ୍ରଲେପ ସାଜେ
ସେ ନାରୀଟିଏ ।
ହୃଦୟ ତା ବିଶାଳ, ସାଗର ଠୁଁ ଗଭୀର
ଅମାପ ସ୍ନେହ ପ୍ରେମ କରୁଣାରେ ଭରପୂର,
ମନ ତା ଆକାଶ ଛୁଆଁ
ଦେଇଚାଲେ ସମସ୍ତଙ୍କୁ
ଖୋଲା ହସ୍ତରେ
ସ୍ୱୟଂ ସଂପୂର୍ଣ୍ଣା ଲକ୍ଷ୍ମୀଙ୍କର
ପ୍ରତିଛବି ଟିଏ
ସେ ନାରୀଟିଏ ।
ଦେଖିପାରେନା ଲୁହ କା ଆଖିର ବୋଲି
ସାଉଁଟି ନିଏ ନିତ ପଣତରେ
ସହିପାରେନା ଦୁଃଖ କାହାର ବୋଲି
ପଣତ ପାରି ପ୍ରାର୍ଥନା କରେ,
କରିପାରେନା ଅନ୍ୟାୟ ଅନୀତି ବୋଲି
ସତ୍ୟର ଆଗରେ ରୁହେ,
ଢାଲ ସାଜେ ଅନ୍ୟାୟର ପଥେ ।
ସେ ନାରୀଟିଏ ।
ଅନ୍ୟର ରାସ୍ତାରୁ କଣ୍ଟା ବାଛୁ ବାଛୁ
ଯଦିଚ କଣ୍ଟକିତ ହେଇଯାଏ ତା ରାସ୍ତା
କଣ୍ଟାଫୁଟି ପାଦେ ତାର ରୁଧିର ବି ଝରୁଥାଉ
ନଥାଏ ଭ୍ରୃକ୍ଷେପଣ୍ଠ
ମାଡ଼ିଚାଲେ ଆଗକୁ ଆଗକୁ
ସେ ନାରୀଟିଏ ।
ଲକ୍ଷ୍ୟତାର ସ୍ୱୟଂ ଅର୍ଜୁନର
ତୀର ମୁନେ ଧୃଷ୍ଟତା ସଂହାର
ନାରୀ ରୂପୀ ସ୍ୱୟଂ ନାରାୟୀଣୀ ସିଏ
ସେ ନାରୀଟିଏ ।