Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotirmoyee Mohanty

Inspirational Others

3  

Jyotirmoyee Mohanty

Inspirational Others

ଶୀତରାଣୀ ଆସିଲାଣି

ଶୀତରାଣୀ ଆସିଲାଣି

1 min
175


ଥିରି ଥିରି ଚାଲି ଶୀତଳ ପରଶେ 

ଶୀତରାଣୀ ଆସିଲାଣି,   

ମଖମଲ୍ଲୀ ଚାଦରେ ବାଡି ବଗିଚା

ସୁନ୍ଦରିଆ ଦିଶିଲାଣି ।

    

ସ୍ନିଗ୍ଧ ସକାଳର ସୁନେଲି କିରଣ 

ଚିକ୍‍ ମିକ୍‍ କରିଲାଣି 

ମୁଠା ମୁଠା ମୁକ୍ତା ଘାସ ଗାଲିଚାରେ

କିଏ ସେହୁ ବିଞ୍ଚିଲାଣି । 


ଲାଲ୍‍ ଟୁକୁ ଟୁକୁ ସାଧବ ବୋହୁଟି 

ବାହାରକୁ ଆସିଲାଣି 

ଛୁପି ଛୁପି ଆସି ପରଜା ପତିଟି

କେମିତି ସେ ଚାହିଁଲାଣି । 


ଉଠ ଉଠ ବାବୁ ଅଳସ ନହୁଅ 

ସ୍କୁଲ ବେଳ ହୋଇଲାଣି 

ପରୀ, ମାହି, କିଟୁ ସାଙ୍ଗମାନେ ତୋର

କେତେବେଳଠୁଁ ଗଲେଣି । 


କାଉ ନ ରାବୁଣୁ ହଳ ଯୋଖୀ ଚାଷୀ 

ବିଲକୁ ବାହାରିଲାଣି 

ଅଳସ ପଣରେ ବସି ରହିଥିଲେ 

ଶୀତ କେବେ କମିବନି । 


ଯୋଗସନ କର ବ୍ୟାୟାମ ବି କର 

ବହୁତ ପିଇବ ପାଣି 

ଶୀତ ଛାଡ଼ିଯିବ ସୁସ୍ଥ ରହିବ 

ଏକଥା ରଖିଥା ଜାଣି ।


Rate this content
Log in

Similar oriya poem from Inspirational