Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Kumar Behera

Romance Classics Fantasy

3  

Prasanta Kumar Behera

Romance Classics Fantasy

ସଖୀ - ତମେ ମଧୁ ଝରା

ସଖୀ - ତମେ ମଧୁ ଝରା

1 min
130



ତମେ ଅଛ ବୋଲି 

ସୁଖରେ ମୁଁ ଅଛି

ତମେ ଏକ ଭାବଭୂମି

ଭାବଫୁଲର ଉଦ୍ୟାନ

ତମ ଭାବ ସିଞ୍ଚନରେ 

ଜୀବନରେ ଫୁଟେ ଗୋଲାପ

ସେବତୀ ଫୁଲ l


ତମେ ଅଛ ବୋଲି 

ନିଁତି ମୁଁ ତୋଳୁଛି

ଆକାଶର ନୀଳ ଅଙ୍ଗନରୁ

ଧରଣୀର ସବୁଜ କୁଞ୍ଜରୁ

ସୁନାର ମାଳ

ସେସବୁ ମୋ ପାଇଁ ସଖୀ 

ସ୍ୱର୍ଗର ନନ୍ଦନ ବନ l


ଜାଣିଛି ଗୋ ସଖୀ 

ତମେ ଏକ ରସ ଝର

ମକରନ୍ଦ ନିର୍ଝର

ତମେ ମଧୁ ଝରା

ତମେ ମଖମଲି ସୁଖ 

ତମେ ମୁକୁଳି ପଡିଲେ

ଖେଳିଯାଏ ଲକ୍ଷେ

କଦମ୍ବର ବାସ l


ତମେ ଅନ୍ଧାରର ଆଲୋକବିନ୍ଦୁ

ମୋ ଆକାଶର ପୂର୍ଣ୍ଣମୀ ଇନ୍ଦୁ

ମୋ କାମନାର ବିପୁଳା ସିନ୍ଧୁ

ତମେ ସୁବାସିତ କକ୍ଷ 

ସେ ବାସେ ମୋହିତ ଭ୍ରମର ମୁଁ ।



Rate this content
Log in

Similar oriya poem from Romance