STORYMIRROR

Sachidananda Behera

Action Fantasy Inspirational

3  

Sachidananda Behera

Action Fantasy Inspirational

ଚାଲିଯାଅ ତୁମେ ବିଂଶବିଂଶ

ଚାଲିଯାଅ ତୁମେ ବିଂଶବିଂଶ

1 min
153


ଚାଲିଯାଅ ତୁମେ ବିଂଶ ବିଂଶ

        ଚୋରାଇଥିଲ ତୁମେ ଓଠର ହସ,

କୋରନା ଭଳି ମହାମାରୀ ଦେଲ

       ପୋକମାଛି ପରି ଜୀବନ ନେଲ ।।


ଆମେ ଦେଖିଲୁ ନାରୀ ନିର୍ଯ୍ୟାତନା

         ଶୁଣିଲା ଏ କାନ ପରୀର ବେଦନା,

ବାଲ୍ମୀକି ର ତ ଜିଭ କାଟିଲ 

        କୁହ ବିଂଶବିଂଶ କି ଖୁସି ପାଇଲ...?


ସବୁକାର୍ଯ୍ୟ ଏକଦମ ବନ୍ଦ ହେଲା

          ଅର୍ଥନୀତି ପୁରା ଭୂମି ଛୁଇଁଲା,

ଲକଡାଉନ ଠାରୁ ସଟଡାଉନୁ 

        ଭୟ ନ ଛାଡିଲା ଜମାରୁ ମନୁ।।


କୁହ ବିଂଶ ବିଂଶ କି ଖୁସି ପାଇଲ

             ଲୋକଙ୍କ ମନେ ଯେ ଦୁଃଖ ଆଣିଲ,

ସମ୍ପର୍କରେ ସୃଷ୍ଟି କଲଯେ ବିଭ୍ରାଟ

           ତୁମ ବର୍ଷରେ ଆଣିଲ କୋରନା ସଂକଟ।।


ଆରମ୍ଭରୁ ଶେଷ କରିଲ ବିନାଶ

            ଇତିହାସରେ ହେଲା ମହାନ,

ସଭିଏଁ ହୋଇଲେ ହଇରାଣ

        ଲୋକଙ୍କୁ କରିଲ ହୀନିମାନ  ।।



ବାପ ଅନ୍ତେ ପୁଅକୁ ଛୁଇଁବାକୁ ମନା

           ବାଧା ହେଲା ସମ୍ପର୍କରେ,

ସଭିଏଁ ପିନ୍ଦିଲେ ମୁହଁରେ ତୁଣ୍ଡି

      ରହିଲେ ଘରେ ଭୟରେ ।।


ନିଆଁ ଲଗାଇଲ ଅଷ୍ଟ୍ରେଲିଆରେ

            ଜୀବନ ଗଲା ଅନେକ ଜନ୍ତୁ ଜୀଵଙ୍କର,

ଅଗ୍ନି ଖେଳିଲା ରକ୍ତର ତାଣ୍ଡବ

          ପଶୁ ହୋଇଲେ ହାହାକାର......

          ପଶୁ ହୋଇଲେ ହାହାକାର......।।


ଛଡାଇନେଲ ସୁଶାନ୍ତ ସିଂହ ରାଜପୁତଙ୍କୁ

               ତା ସହ ଇର୍ଫାନ ଓ ଋଷି କପୁର,

ଲିଭିଗଲା ଅନେକ ଦୀପ ଦୁନିଆରୁ

              କଳା ଜଗତ ହେଲା ଅନ୍ଧାର ।।


ଓଡ଼ିଶା ହରାଇଲା ବିଜୟ ମହାନ୍ତି ଙ୍କୁ

            ଭାଙ୍ଗିଗଲା  ରୂପା ଶଗଡ଼,

ଚାଲିଗଲେ କଳାର ପୂଜାରୀ 

            କଳା ଭାଙ୍ଗିଲା ନିଜ ହାଡ଼ ।।


ପ୍ରଣବ ମୁଖାର୍ଜୀ ଚାଲିଗଲେ 

             ଭାରତକୁ କରି ଏକୁଟିଆ,

 ୧୪୯ହଜାର ଚାଲିଗଲେ ଭାରତରୁ

         ହୋଇ ପୁରା ହୀନିମାନୀଆ ।।



ତଥାବି ତୁମେ ଶିଖାଇଲ ଶିକ୍ଷା

            ବୀଜ ବୁଣି ଦେଲ ସଚେତନତା ର,

ନେବ କିପରି ଯତ୍ନ ନିଜେ

          ନିଜ ଜୀବନର ଏବଂ ନିଜ ଶରୀରର।।



ସ୍ମୃତିର ମାନସ ପଟରେ ଛାପ 

        ଛାଡି ଗଲ ବିଂଶ ବିଂଶ ତୁମେ ,

ଜୀବନେ ସବୁକୁ ଭୁଲିବୁ

       ପାରିବୁନି ଭୁଲି ତୁମକୁ ଆମେ।।


ଆସୁଛି ଏବେ ବିଂଶ୨୧ 

            ନେବାକୁ ସ୍ଥାନ ତୁମରି,

ଦେଖିବା କଣ ଭଲ ଦେଖୁଉଛି

      ନା ବାହାରୁଛି ତୁମ ପରି ।।


ହଉ ତୁମେ ଯାଅ ବିଂଶବିଂଶ

        ଖାଲି ଏତକ ଯାଅ କହି,

ପାଇଲ କେଉଁ ଖୁସି

       ଲୋକଙ୍କୁ ଦୁଃଖ ଦେଇ ।।

        

କୁହ ବିଂଶବିଂଶ କି ଖୁସି ପାଇଲ

          ଲୋକଙ୍କ ଜୀବନ ନେଲ,

କୋରନା ଭଳି ମହାମାରୀ ଦେଇ

        ଲୋକଙ୍କୁ ଦୁଃଖ ଦେଲ ...।।       




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action