ମୁଁ ମୁଁ ବୋଲି
ମୁଁ ମୁଁ ବୋଲି
ଚାଲୁ ଚାଲୁ ଝୁଣ୍ଟି ପଡ଼ିଥିଲି
କଷ୍ଟ ହୋଇଥିଲା
କିଛି ରକ୍ତ, କିଛି ଲୁହର ସମାଗମ
ସଶକ୍ତ ଗୋଡି, ପଥର, ମାଟି ହସୁଥିଲେ
ମୋ ଚାଲି ଉପରେ
ଆକ୍ଷେପ କରିବାକୁ ମୁଁ ଥିଲି ଶବ୍ଦହରା
କେମିତି ଗୋଟେ ଅଦୃଶ୍ୟ ଅସ୍ତ୍ର ସମ୍ପୂର୍ଣ
ଅନ୍ତରକୁ ଚିରି ଦେଉଥିଲା
କିନ୍ତୁ କଣ ଅବା କରିପାରିଥାନ୍ତି
ମୁଁ ଯେ ନିରୁପାୟ !
ଆଖି ଖାଲି ଖୋଜି ବୁଲୁଥିଲା
ସେ ଦୂର ଦିଗବଳୟକୁ
କିଏ ଯେମିତି ଡାକି ଉଠିଛି
ଚାଲିଆ......ଆଉ କିଛି ପାଦ
ମୁକ୍ତି ମିଳିଯିବ ଏ ସମସ୍ତ କଷ୍ଟରୁ
ଧାଇଁ ଉଠିଥିଲା ସମସ୍ତ ବିଶ୍ୱାସ
ପାଦ ପରେ ପାଦ, ଅନେକ ପାଦ
ତଥାପି ଦୂରତା, ଶୂନ୍ୟତା, ଅବିଶ୍ୱାସ !
ନା ଭାଙ୍ଗିନି ଏବେ ମଧ୍ୟ୍ୟ କିଛି ସ୍ବପ୍ନ
କିଛି ଆସ୍ତା, ଯାହା ମୋ ସମ୍ପୂର୍ଣ ଅସ୍ତିତ୍ବ କୁ ଆହ୍ୱାନ ଦେଉଛି
ମୁଁ ଯେତେ ମରିଲେ ଅମର
ମୁଁ ଯେତେ ବଞ୍ଚିଲେ ସଭିଙ୍କର
ମୁଁ ଯେତେ ହାରିଲେ ବିଜୟିନୀ
ମୁଁ ଯେତେ କଷ୍ଟ ପାଇଲେ ସହିଷ୍ଣୁl
ମୁଁ ଯେତେ ଦେଲେ ମାତୃତ୍ୱ
ମୁଁ ଯେତେ ରାଗିଲେ ଦେବୀ
ଏତେ ଅଳଙ୍କାର ରେ ଅଳଙ୍କୃତ ମୋ ପରିଚୟ
କେବେ କେବେ ମୁଁ ମଧ୍ୟ୍ୟ ଖୋଜେ
ସେଇ ଟିକକ ମୁହୂର୍ତ୍ତ
ଯାହା ମୁଁ ଭରିଦିଏ ସଭିଙ୍କ ଅଣ୍ଟିରେ
ଠିକ ସେ ଉଡ଼ନ୍ତା ବିହଙ୍ଗ ସଦୃଶ
ଭୋଗିବାକୁ ଇଚ୍ଛା ହୂଏ ସେ ଖୋଲା ଆକାଶ, ପବନ
ଉଡାଣ, ପ୍ରେମ ଆଉ ଟିକେ ମୁଁ... ମୁଁ ବୋଲି ଅସ୍ତିତ୍ବ !