STORYMIRROR

Banasmita Panda

Romance Tragedy Fantasy

3  

Banasmita Panda

Romance Tragedy Fantasy

ଏମିତି ଏକ ପ୍ରେମ

ଏମିତି ଏକ ପ୍ରେମ

1 min
188


ଚାଲ ପ୍ରିୟ

କିଛି ଏମିତି ପ୍ରେମ କରିବା

ସାଥିରେ ନ ରହି ମଧ୍ୟ

ସାଥିରେ ରହିବା

ନିଶବ୍ଦ ରାତ୍ରିର

ଗଭୀର ଅନ୍ଧକାରେ ମଧ୍ୟ

ଆମ ପ୍ରେମର

ଭାଷା ଗୁଞ୍ଜି ଉଠୁଥିବ

ହୃଦୟର ଭାଷା

ଶୁଣି ପାରୁଥିବା

ମୁଁ ତୁମର

ତୁମେ ମୋହର

ତୁମେ ମୋତେ ଛୁଇଁ ପାରୁଥିବ

ସେ ଛୁଆଁର ଶିହରଣରେ

ମୁଁ ଦୂରେ ଥାଇ ବିମୋହିତ

ତୁମେ ସଖୀ ମାନଙ୍କ ଠାରୁ

ମୋ ଖବର ନେବ

ମୁଁ ତାଙ୍କ ସହ ଆମ ଅଗାଢ଼

ପ୍ରେମର ଭାବମୁହୂର୍ତ୍ତ

ଗୁଡିକ ବାଣ୍ଟିବି

ଚାଲ ପ୍ରିୟ

କିଛି ଏମିତି ପ୍ରେମ କରିବା

ସାଥିରେ ନ ରହି ମଧ୍ୟ

ସାଥିରେ ରହିବା

ତୁମେ ଆମ ଅନାବିଳ ପ୍ରେମର

ମଙ୍ଗଳ କାମନା କରିବି

ମୁଁ ପ୍ରାର୍ଥନା କରିବି

ଆମ ପ୍ରେମରେ ପାଇବାର

ଇଚ୍ଛା କମ ଥିବ

ସମର୍ପଣ ଭାବ ବର୍ଷୁଥିବ

ଦେହି, ବିଦେହୀର ସମୀକ୍ଷାରେ

ଆମେ ଜହ୍ନ, କଇଁ ପ୍ରେମର

ପଥ ପ୍ରଦର୍ଶକ ଥିବୁ

ମାନ ଅଭିମାନ ଲାଗି

ସ୍ଥାନ ନ ଥିବ

ଯେତିକି ଜୀବନ

ବଞ୍ଚିବାକୁ ନିଅଣ୍ଟ ପଡୁଥିବ

ଦୂରେ ଥାଇ ଦୂରତା ନ ଥିବ

ଦୁଇ ଶରୀର ଗୋଟେ ଆତ୍ମା ଥିବ

ପ୍ରତିଟି ନିଶ୍ୱାସରେ ତୁମ ନାମ ଥିବ

ମୃତ୍ୟୁର ଦୀପରେ ଉଭୟଙ୍କ

ନାମର ସଳିତା ଥିବ

ତୁମ ବଗିଚାର ପ୍ରଥମ

ଗୋଲାପ

ଆମ ପ୍ରେମର

ଅଭୁଲା ସ୍ମୃତି

ମୋ ଡାଏରୀରେ

ସାଇତି ରଖିବି

ଏ ପ୍ରେମରେ ତୁମ

ପ୍ରତ୍ୟେକ ଡାକରେ

ଏ ପ୍ରେମପାଗିଳିର

ହଁ ସ୍ୱର ଥିବ

ଚାଲ ପ୍ରିୟ କିଛି

ଏମିତି ପ୍ରେମ କରିବା

ସାଥିରେ ନ ରହି ମଧ୍ୟ

ସାଥିରେ ରହିବା !!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance