ଆଶା
ଆଶା
ଚାହିଁ ଚାହିଁ ଶୂନ୍ୟ ଆକାଶକୁ ,
ମନଟିଏ ସ୍ବପ୍ନ ଦେଖେ, ଆଖି ଖୋଲି;
ସମର୍ଥର ସାମର୍ଥ୍ୟକୁ ଡେଇଁ !
ସପନର କୁନି କୁନି ଟୁକୁଡାରେ ଚିଠି ଲେଖି ,
ମନ ଚଢେଇର କଅଁଳ ଡେଣାରେ ରଖି
ଆଶା ଶିକୁଳିରେ ଯୋଖି ;
ଛାଡି ଦିଏ ମୁକ୍ତ ଆକାଶରେ !
ପ୍ରାପ୍ତି ଓ ଅପ୍ରାପ୍ତି ;
ଭାଗ୍ୟ ଚୁମ୍ବକର ଦୁଇ ବିପରୀତ ମେରୁ !
ପ୍ରକୃତିର ନିୟମରେ ବାନ୍ଧି ହୋଇ
ଆଶାର ଲୌହ ଶିକୁଳିଟି ସଦା
ଆକର୍ଷିତ ହୋଇଥାଏ ପ୍ରାପ୍ତିର ଉତ୍ତର ମେରୁକୁ !
କିନ୍ତୁ ବହୁବାର ଭାଗ୍ୟରବି ବିଡମ୍ବନା ହୁଏ।
ଅଚାନକ ଆସ
ିଯାଏ ଅନାହୁତ ଚୁମ୍ବକୀୟ ଝଡ;
ହୋଇଯାଏ ସବୁ କିଛି ଓଲଟ ପାଲଟ !
ଆଉ ନିରାଶାର ଦକ୍ଷିଣ ମେରୁରେ
ଲୌହ ପିଣ୍ଡ ହୋଇଯାଏ ବିକର୍ଷିତ !
ଜୀବନର ଦୋଛକିରେ ଆଶା ଓ ନିରାଶା !
ନିରାଶାର ଅନଳରେ ଜଳି ଜଳି
ନିଃଶେଷ ହେବା ଆଗରୁ;
କକବିନା ଭୟ ଦେଖାଇ ଶୁଆଇ ଦିଏ
ମୋର ସେ କୁନି କୁନି ଅଝଟିଆ ଇଛା ଗୁଡିକୁ
ମୋ ଛାତି ଭିତରେ ଖୁବ ସନ୍ତର୍ପଣ ରେ !
ଶୀତ ସକାଳର ଉମ୍ହେଇରେ
ଶୀତ ସବୁ ଜଳି ଗଲା ପରି
ମରି ମରି ଯାଉଥାଏ ଆଶାର ସଉଧ,
ଆଉ ମୁଁ ରହିଯାଉଥାଏ ଅବଶେଷ ......
ନିର୍ବିକାର ଚିତ୍ତ !