ଭୟ ଲାଗେ
ଭୟ ଲାଗେ
ଭୟ ଲାଗେ ତାର ରଂଗ
କେବେ ନୀଳ ତ କେବେ
ଧଳା ବାଦଲ ଲେସି ହେଲେ
ଲୁଗାର ପଣତ ଦିଶେ ,
ପୁଣି କେବେ ସୂର୍ଯ୍ୟଙ୍କର
ତୀର୍ଯ୍ୟକ ପ୍ରତିଫଳନରେ
ପଶ୍ଚିମ ଆକାଶରେ ତାର
ସୁନେଲି ମୁହଁଟା ଦିଶେ ।
ଭୟ ଲାଗେ ତାର ବାଗ
କେବେ ଟିକି ଟିକି ସ୍ରୋତ
ଲହରୀର ନାମ ନେଇ
କୂଳକୁ ଚୁମ୍ବନ ଲେସେ ,
ପୁଣି କେବେ ଫୁଲି ଉଠେ
ଗର୍ଭ ଗୃହ ଯନ୍ତ୍ରଣାରେ
କଠୋର ସେ ରୁଦ୍ର ରୂପେ
କାଳ ହୋଇ ମାଡ଼ି ଆସେ ।
ଭୟ ଲାଗେ ତାର ବେଗ
କେବେ ଫଗୁଣ ଦ୍ଵାହିରେ
ବହିଯାଏ ମୃଦୁ ମନ୍ଦେ
ଶୀତଳତା ଛୁଇଁ ଯାଏ,
ପୁଣି କେବେ ବୈଶାଖୀ ନାଁ ରେ
ଅର୍ଘ୍ୟ ବାଢେ ନିମିଷକେ
ପାଗଳାମି କରେ ପ୍ରାୟ
ପ୍ରତିଶୋଧ ଆବେଗରେ ।
ହେଲେ ବେଶୀ ଭୟ ଲାଗେ
ମଣିଷର ଅହେତୁକ ଭାବ
ସ୍ଵାର୍ଥର ପୀୟୂଷ ପାନେ
ହସ ଥାଏ ସେ ଆଖିରେ,
ସଂପର୍କର ଶସ୍ତା ବ୍ୟାପାରରେ
ବିବେକଟା ଜର୍ଜରିତ
ଆଖି ଚିହ୍ନି ବି ପାରେନା
ଲାଗେ ମୁଁ କି ଅମଣିଷଟିଏ !