☆ ଅତୀତ ☆
☆ ଅତୀତ ☆
ସେ ମୋ ବାଟହୁଡା ଏକ ପଶ୍ଚ୍ୟାତାପର ଛାଇ
ପରି ଅପାସୋରା ଏକ ଦୁଃଖ ରେ ନିର୍ଲିପ୍ତ
ଘୃଣା ର ଚକ୍ଷୁ ରେ ଇତିହାସ ଖୋଲେ,
ଅତୀତ ର ମାନଚିତ୍ର କ୍ଷତ ରକ୍ତାକ୍ତ କରେ!
ପୋଡା ଅଙ୍ଗାର ଭିତରୁ ଯନ୍ତ୍ରଣା ଜଳେ
ଆଖି ଲୁହ ରୁ ନିଦ ଭାଙ୍ଗିଯାଏ,
ନିରୀହ ଆଖି ରେ ବ୍ୟଗ୍ରତା କେତେ ଦୃଶ୍ୟ ଆଙ୍କେ,
ସ୍ମୃତି ର ଅନେକ ଲହରୀ ଆସି ପିଟି ହେଇ
କୂଳ ଲଙ୍ଘନ କରେ ,
ଜଡ ରୁ ଜୀବନ ପର୍ଯ୍ୟନ୍ତ ଏ ଅବିରାମ ପଥେ
ସେ ଭେଟ ହୋଇଯାଏ ଅକାଳ ଅବେଳା
ଘୂର୍ଣ୍ଣି ତୋଫାନ ରେ ।
ସେ ଜିଦ୍ କରି ବସିଛି ପାଦ ସଙ୍ଗେ ପାଦ
ମିଳେଇ ଚାଲିଥିବ ଅନ୍ତ ପର୍ଯ୍ୟନ୍ତ ,
ହୁଏତ ତାର ମୃତ୍ୟୁ କେବେଠୁ ହେଲାଣି
ଅଥଚ ତାର ଭୂମିକା ଏଯାବତ୍ ସେ ନିଭେଇ
ଚାଲିଛି ଯେ ଛାଲିଛି ,
ତାର ଅସ୍ତିତ୍ୱ ନାହିଁ ତଥାପି ସ୍ଥାୟୀ ସେ
ମାନସପଟ୍ଟରେ ।
କେବେ ନଷ୍ଟ ଏକ ସ୍ୱପ୍ନ ତ
କେବେ ଶଙ୍କା ଆଶଙ୍କା ଗଭୀର ଦାଗ ,
କେବେ ଉଜାଗର ଗୋଟେ ରାତି ତ
କେବେ ଦୁଃଖ ଏକ କଣ୍ଟା ର ଚୋଟ ସେ !