ମାର୍ଗଶୀର ଗୁରୁବାର
ମାର୍ଗଶୀର ଗୁରୁବାର
1 min
244
କାକର ଭରା ସକାଳ ହାଡ଼ ଭଙ୍ଗେଇ
ଥରେଇ ଦେଉଥାଏ ହାତ-ଗୋଡ଼ ଓ ଦେହ
ହଳିଲା ଓଠରେ ଦାନ୍ତ ବାଜୁ ବାଜୁ
ଫଟ୍ ଫଟ୍ ପାଛୁଡ଼ି ନୂଆ ଧାନ ଆଉ
ଅରୁଆଚାଉଳ ବାହାର କରିବ
ଗୁରୁବାର ମାଣବସା ପାଇଁ,
ଅରୁଆଚାଉଳର ପିଠଉ କରି
ଘରଦୁଆର ଚିତା ଦେଇ ସଜେଇବ!
ଖିରି,ଭାତ,ମଣ୍ଡା ସହ ଚକୁଳି କରିବ,
ବଳକା ପୋଲକୁଣ୍ଡା ସିଝେଇ ତା'
ସୁକୁମାରୀ ଗାଈକୁ ଦେବ ।
ସତରେ ଏ ଗୁରୁଭାରକୁ ଆଦରି ନେଇଛି
ସତେ ଯେମିତି ମହତୀ ବୋଧିକା ସେ,
ସେ କର୍ମଦା ମହାବଳଶାଳୀ !
ଅବା ଭାବମୟ ଭକ୍ତିପ୍ରବଣ ଦାସୀ ସେ!
