STORYMIRROR

Puja Padhan

Inspirational

4  

Puja Padhan

Inspirational

" ଅସ୍ତିତ୍ୱ "

" ଅସ୍ତିତ୍ୱ "

1 min
262

    

           (୧)

ତୁ ଅଛୁବୋଳି ଆଜି ମୋର ଏ ନିଅଣ୍ଟ

ଅସୁମାରୀ ଫରମାଇସ୍ ସବୁ ନୀଳ ଆକାଶର 

ତାରାଙ୍କ ସହ ଗଣା ହୋଇ ମିଳେଇଯାଏ,

ତୁ ଅଛୁ ବୋଲି ତ ମୋର ଏ ସ୍ଥିତି ଅନୁଭବ

ହୁଏ ସାତରଙ୍ଗ ଇନ୍ଦ୍ରଧନୁ ରଙ୍ଗମାନଙ୍କରେ

ସଜେଇ ହେଇ ମେଘ ବାଦଳରେ ।

          (୨)

ତୋ'ପାଇଁ ଆଜି ମୁଁ ଦେଖିପାରେ 

ଅମରିବୁଦାର ଅସ୍ତିତ୍ୱ,

ଅବ୍ୟବହାର୍ଯ୍ୟ ଆକର୍ଷିତ ଧଳା ଫୁଲ ସବୁ 

ତାଙ୍କ ସ୍ଥିତି ବଖାଣୁଛନ୍ତି, ମୂଳ୍ୟହୀନ ବୋଳି 

ସେ ତା' ସତ୍ତା ବଜାୟ ରଖିଛି ଯେମିତି,

ନହେଲେ କେବେଠୁ ସେ ଫୁଙ୍ଗୁଳା ଶୂନ୍ୟ ହୋଇ

ତାର ସ୍ଥିତି ହରାଇବସନ୍ତାଣି ।

           (୩)

ଜୁଳୁଜୁଳିଆ ପୋକ କେମିତି ତାର ସ୍ଥିତି ଦର୍ଶାଏ 

ରାତି ପାହିଲେ,

ଅଜଗର ଅଳସୁଆମିରେ,

ରାତି ସୂର୍ଯ୍ୟର ବିଦାୟରେ,

ସୂର୍ଯ୍ୟ ଚନ୍ଦ୍ରର ତ୍ୟାଗରେ,

ଶେଫାଳି ଜହ୍ନ ଆଲୁଅରେ,

ଶସ୍ତା ଜୀବନ ମହଙ୍ଗା ମୃତ୍ୟୁରେ!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational