ଶାନ୍ତି
ଶାନ୍ତି
ତୁ ଆସୁ ..
ଆସୁ ସିନା,ମାତ୍ର ବୟସ ତୋର କମ୍...
ତତେ ପାଇବାକୁ କାହାର ବା ଇଚ୍ଛା ନ ଥାଏ ?
କିଏ ବା କସରତ୍ ନ କରେ !
ପ୍ରତି ମନରେ ତୁ ହକ୍ ଜମେଇ ବସିପଡୁ
ମନର ରାଣୀ ହେଇ,
ତୋ' ପାଇଁ ପରା ଏତେ ତରବର ..
ତୁ କିନ୍ତୁ ଫୁଲେଇ ହେଇ ବସିପଡୁ !
ଭଳ ପାଇବାର ପୃଷ୍ଠାରେ ତୁ
କଷ୍ଟରେ ବି କାଇଁ ଏତେ ଭଲ ଲାଗୁ ?
ବେଳେ ବେଳେ ତୁ ଅବସର ନେଇ ଯାଉ,
ପକ୍ଷୀ ହେଇ ଫୁର୍ କିନା ଉଡିଯାଉ ...
ମଧୁର ସ୍ମୃତିକୁ ଦରାଣ୍ଡି ପକାଉ ତୁ ତୋ କବଳେ ..
ମାତ୍ର କ୍ଷଣସ୍ଥାୟୀ ନୋହୁ ,
ମୁଁ ଚାହେଁ ତୁ ସବୁବେଲେ ରହ ମୋ ପାଖେ
ତୁ କିନ୍ତୁ ମୁକୁଳି ଯାଉ ,
ବୋଧେ ଅଣନିଶ୍ୱାସି ହେଇ ପଡୁ ତୁ ।
ମୁଁ ବା କେମିତି ବାନ୍ଧନ୍ତି ତତେ ଯେ !
ତୁ ପରା ସମୟର ଗତି ପରି,
ତଥାପି ଟିକେ ବି ଗ୍ଲାନି ନାହିଁ,
ନୈରାଶ୍ୟ ନାହିଁ,
ନାହିଁ ମଧ୍ୟ ଟିକେ ଦୁଃଖ,
କାରଣ ସବୁ ବେଳେ ଭଲ "ଅଳ୍ପ"
ହଁ "ଅଳ୍ପ" ।।।
ଆଉ ସେଥିରେ ଅଛି ଆନନ୍ଦ,
ଉତ୍ସାହ,ଇଶ୍ୱର,ପ୍ରେମ !