STORYMIRROR

Gangotri Priyadarshini

Classics Fantasy Inspirational

3  

Gangotri Priyadarshini

Classics Fantasy Inspirational

ବାଲ୍ୟ ସ୍ମୃତି

ବାଲ୍ୟ ସ୍ମୃତି

1 min
182


ପିଲାବେଳ ପାଠ

ଅବନା ଶିକ୍ଷା କୁ ଅନାବନା କଥା

କୁନି ପିଲା ସତେ କେତେ ଯେ ଦୁଷ୍ଟ !!

ଅବୋଧ ପିଲାଙ୍କୁ ଗୀତ ନାଚ ଛଳେ

ପ୍ରମାଣେ ଶିକ୍ଷକଙ୍କ ଆଦର ଯତ୍ନ

କୁମ୍ଭାର ହାତରେ ଆକାର ପାଇ କି

କଞ୍ଚା ମାଟି ଯେହେଁ ଝଟକେ ରତ୍ନ !!

କୋମଳମତି ପିଲା ଗହଳି 

ସେ ନାନା ଜାତି ପକ୍ଷୀ ରାବ

ଆଜି କାହିଁ ଚାଟଶାଳୀ ପରମ୍ପରା

ସେ ଅନୁଭୂତି କିଏ ଆଣି ଆଉ ଦେବ !!

ଶନିବାର ଦିନ ମୁଠି ଚାଉଳ କୁ 

ଉପସ୍ଥାନ ବେତ ପାହାର ଗଣା

କେବେ ମାଷ୍ଟ୍ର ଙ୍କ ର ପୁତ୍ର ପ୍ରାୟ ସ୍ନେହ

ଏବେର ପିଢ଼ିକୁ ଏ ମହତ ଶୈଳୀ ଅଜଣା !!

ଗାଆଁ ଗହଳିରେ ଏହି ପାଠ ଶୈଳୀ

ଏବେର ପ୍ଲେ ,ନର୍ସରୀ, କେଜି

ମିଶାଣ ଫେଦାଣ ଗୁଣନ ହରଣ

ଦିନ ବିତୁଥିଲା ପଣକିଆ କୁ ଭଜି !!

ଆଜି ସବୁ ପୁଣି ସ୍ମୃତି ଅଦିନିଆ

ବଦଳି ଗଲାଣି ରୀତି ସଂସ୍କୃତି

ମନେ ପଡି ଗଲେ ପିଲା ବେଳ କଥା

ଅନ୍ତର ଟା ହେଉ ଥାଏ କରତି !!

ଆମ ପାଠ ବହି , ମଧୁ ବର୍ଣ୍ଣବୋଧ

ଶିଖେଇଛି କେତେ ମହତ ଶିକ୍ଷା

ମାତୃଭୂମି ରଜ ମଥାରେ ବୋଳି ମୁଁ

ଜୀବନେ ପାଇଛି କେତେ ଯେ ଦୀକ୍ଷା !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics