STORYMIRROR

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ମନ ପାରାରେ

ମନ ପାରାରେ

1 min
218

ମନ ପାରାରେ ନେଇଯା ଚିଟାଉ ମୋର

ଉଡି ଉଡିଯିବୁ ନୀଳ ଆକାଶରେ

ସାଥିକୁ ଖୋଜିବୁ ମୋର ।


ଦୂର ରାଇଜରେ ରହିଛି ଅଜଣା

ସପନେ ଦିଅଇ ଦେଖା

ଜାଣି ନାହିଁ ତାର ନାମ ଓ ଠିକଣା

ଶୂନ୍ୟରୂପା ସେ ଅନନ୍ତା

ପତିତପାବନ ଉଡେ ବାନା ତାର

ନିବାସ ନୀଳକନ୍ଦର ।


ଜପୁଅଛି ନିତି ତାର ଜପାମାଳ

ସ୍ମରୁଅଛି ତାର ନାମ

ଗୁମୁରିବୁ ତୁହି ତାହାରି ଦେଉଳେ

କହି ହରେକୃଷ୍ଣ ରାମ

ନିସ୍ତରିବୁ ତୁହି ନିସ୍ତରିବି ମୁହିଁ

କରିବ ସିଏ ଉଦ୍ଧାର ।


ସକଳ ଜୀବଙ୍କ ସିଏ ପଡିଦାତା

ଚକାଚକା ତାର ଆଖି

ପକାଏ ନାହିଁ ସେ ନିମିଷେ ପଲକ

ସୁଖ ଦୁଃଖ ମୁକସାକ୍ଷୀ

କଳା ଶ୍ରୀ ମୁଖକୁ ଚାହିଁ ଦେଲେ ତାର

ଘୁଞ୍ଚିଯିବ ଦୁଖଃ ତୋର।


ଶ୍ରୀକ୍ଷେତ୍ରର ସିଏ ପ୍ରଭୁ ଜଗନ୍ନାଥ

ଆମ୍ଭେ ଦାସ ଅନୁଦାସ

ବହିଛୁ ଶ୍ରୀ ନାମ ଶ୍ରୀମାନ ଶ୍ରୀଯୁକ୍ତ

କର୍ମ କିନ୍ତୁ ଅମଣିଷ

ଭାବେ ସୁଦର୍ଶନ ମୂଳ ସୁବିଶ୍ୱ।ସେ

ଜଗତେ ହେଉ ମଙ୍ଗଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics