ପ୍ରତୀକ୍ଷା
ପ୍ରତୀକ୍ଷା
ପ୍ରତୀକ୍ଷା!
ଏକ ବିସ୍ତାରିତ ନିଃସଙ୍ଗ ପଥ,
ଆଉ
ଏକ ଗଭୀର ଗହ୍ଵର ରେ
ଶୁଖିଲା ନଈ ସଙ୍କୁଚିତ !
ସ୍ମୃତିର ବହଳ ପରତକୁ ଆଞ୍ଚୁଡିଲେ,
ବାରିହୁଏ କଣ୍ଠ ସ୍ବରର ଆର୍ଦ୍ରତା ।
ମନ୍ଦିରରେ ଜ୍ବଳନ୍ତ ପ୍ରଦୀପ,
କମ୍ପୁଛି ଜୀବନ ସଳିତା!
ତକିଆରେ ଚାପି ହୋଇ
ନିସ୍ତବ୍ଧ ପଡ଼ିଛି ହିକ୍କା,
ଦୁଆରେ ଶବ୍ଦ!
ଥରୁଛି କଲିଜା ।
ପ୍ରତୀକ୍ଷା!
ସେ ଯେ ରୋଦନ,
ଝାଉଁଳି ଯାଇଥିବା ଚେହେରା ରେ,
ଖାରୁଆ ଲୁହର କ୍ଳାନ୍ତ ସମୁଦ୍ର
ବିଶ୍ବାସରେ ଶୀତଳ ପଡ଼ିଥିବା,
ହୃଦୟ ର ଅସଂଖ୍ୟ ଅଗ୍ନି କଣା...
ପ୍ରତୀକ୍ଷା ।।