Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Classics

4  

Jagannath Barik

Classics

ମା ବୀଣାପାଣି ସ୍ତୁତି

ମା ବୀଣାପାଣି ସ୍ତୁତି

1 min
396


ଜୟ ହଂସପତ୍ରା   ହଂସପତ୍ରାପତ୍ୟା  

   ହଂସ ପ୍ରାଣ ପ୍ରଣୟିନୀ

ଶ୍ୱେତ ପଦ୍ମାସନା   ବିଶାଳ ଲୋଚନା

   ଜ୍ଞାନ ନେତ୍ର ପ୍ରଦାୟିନୀ |


ପ୍ରକୃତି ରୂପିଣୀ  ବିଶ୍ୱ ବିମୋହିନୀ

   ଯୋଗମାୟା ସ୍ୱରୂପିଣୀ 

ପୁସ୍ତକ ଧାରିଣୀ   ବୀଣା ବିନୋଦିନୀ 

   ନିତ୍ୟ ସ୍ଥଳ ନିବାସିନୀ |


ମା ବାକବାଦିନୀ    ତୁଣ୍ଡ ତାଣ୍ଡବିନୀ  

   କାବ୍ୟ କଳା ବିଳାସିନୀ

ଶ୍ବେତ ବସ୍ତ୍ରାବୃତ୍ତା    ଦିବ୍ୟ ଅଳଙ୍କୃତା  

    ଶାରଦା ବରଦାୟିନୀ |


କର୍ଣ୍ଣରେ କୁଣ୍ଡଳ    ମଣ୍ଡେ ଗଣ୍ଡ ସ୍ଥଳ  

    ମୁକ୍ତା ହାର ବିମଣ୍ଡିନୀ 

ପୟରେ ନୂପୁର    କିଙ୍କିଣୀ କେୟୂର  

    ରୁଣୁ ଝୁଣୁ ନିକ୍ୱଣିନୀ |


ବୁଦ୍ଧି ସିଦ୍ଧି ଧାତ୍ରୀ   ମାତ ବିଦ୍ୟା ଦାତ୍ରୀ

   ବାଣୀରାଣୀ ବିଧାୟିନୀ

ପରମ ବୈଷ୍ଣବୀ  କୋଟି ରବି ଛବି 

   ଦେବୀ ତ୍ରିଲୋକ ପାଳିନୀ |


ଧାତା ହରି ହର    ଦେବ ପୁରନ୍ଦର   

     ଯାହାର ଅନୁବର୍ତ୍ତିନୀ

ତ୍ରିଦଶ ବନ୍ଦିତା     ଜଗଜ୍ଜନ ହିତା   

    ଚରାଚର ସଂପୂଜିନୀ |


ମହା ସରସ୍ୱତୀ    ସିନ୍ଧୁଜା ସପତ୍ନୀ  

    ବିଷ୍ଣୁ ନିଦ୍ରା ବିଭଞ୍ଜିନୀ

ଦେବୀ ଭଗବତୀ   ସାରସ୍ୱତ ମତି  

   ବୁଧ ବୋଧ ପ୍ରଦାୟିନୀ |


ବାଲମୀକ ବ୍ୟାସ  କବି କାଳିଦାସ  

   କବି କୁଳ ଗୁରୁ ତିନି

ଭଞ୍ଜ ରାଧାନାଥ   ଯୁଗ ସ୍ରଷ୍ଟା ଖ୍ୟାତ

   ହେଲୁ କୃପା ନିସ୍ୟନ୍ଦିନୀ |


ଦେବୀ ମନସ୍ବିନୀ   ମାନସ ଲାସ୍ୟନୀ 

    ନିଗମ ଜ୍ଞାନ ବାହିନୀ

ମୂର୍ଖକୁ ଜ୍ଞାନୀଶ   ମୂକକୁ ବାଗୀଶ 

    କରୁ ମା ପ୍ରତିପାଦିନୀ |


ଝଙ୍କଡ଼ ସଦନୀ   ସାହିତ୍ୟ ଜନନୀ

   ଘେନ ମୋହର ଦୟିନୀ

ଫୁଟାଅ ଉତ୍କଳ   ଭାରତୀ କମଳ

   ସାଜି କୃପାଂଶୁ ବର୍ଷିଣୀ ।


Rate this content
Log in

Similar oriya poem from Classics