ହୁଅ ସାବଧାନ ସଜାଗ ମଣିଷ ଜାତି
ହୁଅ ସାବଧାନ ସଜାଗ ମଣିଷ ଜାତି
ହେ ନଦୀ, ସତରେ କାହିଁକି କେଜାଣି
ଆଜି ପର୍ଯ୍ୟନ୍ତ ମଣିଷ ତୁମକୁ
ତାର ଭାବ ଭାବନା, ସ୍ମୃତି, ସ୍ୱାନ୍ତନା, ଆଶା,
ଆଶ୍ଵାସନା ପାଏ ଦେଖି ପୂର୍ଣଗର୍ଭା ତୁମକୁ l
ତୁମେ ଯୋଗୁଁ ମଣିଷ ଜାତିଟା ପାଏ ଶାନ୍ତି
ମୈତ୍ରୀ ପ୍ରୀତିର ପ୍ରେରଣା,
ମଧୁପ ଗାଏ ଗୁଣୁ ଗୁଣୁ ଗୀତ ଫୁଲରୁ
ଫୁଲକୁ ଉଡି ହସଇ ଦୁନିଆଁ l
ବର୍ଷାର ଆଗମନୀ ବାର୍ତ୍ତା, ବଗିଚାର ସେବତୀ
ଜଣାଏ ଅଭିନନ୍ଦନ ଫୁଲ କଢ଼ି ଦ୍ଵାରା
ନୂତନ କଳିକାରେ ରହିଥାଏ ସର୍ବଦା ପ୍ରୀତି
ରଙ୍ଗ ଉପହାର ପରା l
ଚାଷୀର ଉତ୍ସାହ, ସର୍ବାଧିକ ଆମର କାମ୍ୟ,
ଆମ ପାଇଁ ତାହା ଜୟ
ପ୍ରକୃତି ଦତ୍ତ ନଦୀର ଜଳର ସ୍ତର ସ୍ଥିରତାରେ
ଆମର ବିଜୟ l
ବର୍ଷାହେଲେ ଚାଷବାସ ହୁଏ, ସମସ୍ତ ପ୍ରାଣୀଙ୍କୁ
ଜଳ ଯୋଗାଇ ଥାଏ
ତେଣୁକରି ଚାଲାକ୍ ମଣିଷ ଜାତିଟା ନଦୀ
କୂଳରେ ବାସକରି ରହେ l
ପରିବେଶ ଯଦି ଅମଣିଷ ହୋଇ ତୁମେ
ଦୂଷିତ କରିବ,
ବର୍ଷାର ଅଭାବରୁ ଜଳର ସ୍ତର ଧୀରେ ଧୀରେ
କମି କମି ଯିବ l
ସମସ୍ତ ପ୍ରାଣୀ ଜଗତରେ ମରିଵେ ପାଣି
ଅଭାବରୁ
ହେ ମଣିଷ ସମାଜ କିପରି ଭୁଲି ଯାଉଛ
ମନ ମନ୍ଦିର ଭିତରୁ l
ମହୋଦଧି ଲଙ୍ଘିଯିବ କୂଳ ଅମାନିଆ
ହୋଇ ଅତି ବୃଷ୍ଟିପାତ ଦ୍ଵାରା
ବଦଳି ଯିବ ସବୁ ଉଦ୍ଦୀପନା ବିଶ୍ୱାସ
ଭରସା ମନରେ ଭରିଛ ଯାହା l
ପରିବେଶ ଦୂଷିତ ନକଲେ ଶୁଭ୍ର ଶିଶିର
ମୁକ୍ତାର ମୁକୁଟ ବସୁମତୀ ପିନ୍ଧବ
ଶୀତଳ ସମୀର ସୁରଭି ବୁଣି ପ୍ରାଣୀ
ଜଗତ ବନ ଲତା ହସୁ ଥିବ l
ଝୁମି ଝୁମି ହୋଇ ଯେବେ ବର୍ଷାରାଣୀ
ଆକାଶରେ ଆସେ
ମନୁଷ୍ୟ, ଧରଣୀରାଣୀ ଓ ମହୋଦଧି
ଆନନ୍ଦରେ ହସେ l
ସ୍ୱାଗତମ କରେ ଚାଷୀ ଭାଇ ସେଇ
ନବ ବର୍ଷାକୁ
ତାର ଶଙ୍ଖ ଧ୍ବନିରେ ମଜା ଲାଗିବ
ଦେଖିବାକୁ ସେ ଆନନ୍ଦକୁ l
ଗାଆଁ ପରିବେଶ ପୂର୍ବ ଭଳି ନାହିଁ
ବୋହୁନି ଆଉ ଶୀତଳ ବାଆ
ପୁଂଜିବାଦର ଆଧୁନିକତାର ପ୍ରଭାବେ
ଆଜି ବଦଳି ଗଲାଣି ଗାଆଁ l
ହୁଅ ସାବଧାନ ସଜାଗ ମଣିଷ ଜାତି, ଦୁଃଖ
ହରି ନେବ ଭରିବ ସୁଖ ଶାନ୍ତି
ସଚେତନତାରେ ଅମୀୟ ସୁଷମା ମର୍ତ୍ତ୍ୟରେ
ଭରିବ ଭୁଲିବା କାଳ ରାତ୍ରି l
ଅମା ଅନ୍ଧକାର ସମାଜୁ ହଟି ସୁଜଳା
ସୁଫଳା ବସୁଧାରାଣୀ ହୋଇବ
ରୋଗ ଶୋକ ଦୂର ହୋଇ ମନ କୁଞ୍ଜ
ବନେ ପ୍ରେମର ରାଗିଣୀ ବହିବ ।