Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Classics Inspirational

4  

Chittaranjan Nanda

Abstract Classics Inspirational

ଅଶାନ୍ତର ମୁକତି

ଅଶାନ୍ତର ମୁକତି

1 min
370



ଯୋଜନାର ପ୍ରାରମ୍ଭ ସର୍ବଦା କଷ୍ଟ

ବହୁଳ ହୋଇ ଥାଏ

ସେହି କଷ୍ଟ, ସଫଳତା ପ୍ରାପ୍ତିରେ 

ସୁଖ ଦେଇ ଥାଏ ।


ଦୁଃଖ ପରେ ସୁଖ ନୁହେଁ ଖାଲି 

କପୋଳ କାହାଣୀ ବର୍ଣ୍ଣିତ

ଦୁଃଖରେ କେବେ ଭୟଭୀତ ନହୋଇ 

ଅତିକ୍ରମ କରିବାକୁ ହୁଏ ପଥ ।


ସୁଖରେ ଅହଙ୍କାର, ବିଳାସ ବ୍ୟସନ

ଓ ଗର୍ବ ପ୍ରବେଶ କରେ

ଅହଙ୍କାର ଓ ଗର୍ବ ଆସିଲେ ପଶୁତ୍ୱ 

ତ ପ୍ରବେଶ କରେ ।


ଜାଣନି କି, କାଠକୁ କାଟଇ କାଠ, 

କାଠକୁ ଆୟୁଧ କରି

ନିଜସ୍ଵ ଅହଙ୍କାରରୂପୀ ରାକ୍ଷସ, ଭଲ

 ଗୁଣ ନଷ୍ଟ କରେ ସେହିପରି ।


ଅହଂକାରୀ ବୁଝେ ନାହିଁ ଭଲ ମନ୍ଦ 

ୱଦ୍ଧତ୍ୱରେ ମନ୍ଦକୁ ଦିଏ ବଢାଇ

ଫଳରେ ରାଗ ଦ୍ୱେଷ, ହିଂସା ଅସୂୟା 

ଆସେ ସାଥେ ସାଥେ ନେଇ ।


ଅନ୍ୟାୟ, ଅତ୍ୟାଚାର, ଶୋଷଣ ଓ ଧର୍ଷଣ 

ଏଇ ମାନବରୂପୀ ପଶୁ କରେ

ମଣଷର ଷଡ ରିପୁ ଯେତେ ଆୟତ୍ତ 

କରି ପାରେନା, ୱଉଦ୍ଧତ୍ୱରେ ।


ଶ୍ରେଷ୍ଟ ଜୀବ, ହେ ମାନବ, ରାବଣ ଓ 

କଂସ କଥା କିଆଁ ଭୁଲ

ଦୁନିଆରେ ମନୁଷ୍ୟ ଅଟଇ ତ କିଛି 

ସମୟର, ବାନ୍ଧି ନେବ କାଳ ।


ପୂଜାର୍ଚ୍ଚନା, ଦେଵସ୍ଥଳ, ଚନ୍ଦନ ତିଳକ 

ନୁହେଁ, ଅଶାନ୍ତିରୁ ମୁକ୍ତିଲାଭ କରିବ

ଏହି ଧୃବ ସତ୍ୟକୁ ଯେତେବେଳେ ଜଣେ 

ହୃଦୟ ଭିତରେ ସ୍ଥାନ ଦେବ ।


Rate this content
Log in

Similar oriya poem from Abstract