Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Classics Others

4  

Chittaranjan Nanda

Abstract Classics Others

ଭାଗ୍ୟ ଭଗବାନର ଖେଳ

ଭାଗ୍ୟ ଭଗବାନର ଖେଳ

1 min
284


ସଂସାରକୁ ଆସିଲେ ଯେବେ, କିମ୍ବା

ଜଗତରୁ ବିଦା ହେଲା ବେଳକୁ

ଥିଲା ନା ପାଇଛ କି ମଣିଷ ମଣିଷ

ଭିତରେ କିଛି ଊଣା ଅଧିକକୁ ।


ଯାହା ଧନୀ ଦାରିଦ୍ର୍ୟର ତାରତମ୍ୟ 

ଦେଖୁଛେ ଆମେ ଏଠି

ଭାବିଛକି ତୁମେ ଏହା ପ୍ରକୃତିର 

ଅବା କୃତ୍ରିମତାର ସୃଷ୍ଟି ।


କାହିଁକି ତୁମେ କରୁଛ ପ୍ରଚାର, ଏହା

ଭାଗ୍ୟ ଭଗବାନ ର ଖେଳ

ଠାକୁରଙ୍କ ନାମେ ପ୍ରକୃତିର ନିୟମ,

ସମାନତାକୁ କାହିଁକି ଭୁଲ ।


ରାଜା ଜମିଦାର ପୁଂଜିପତି ମାନଙ୍କୁ

ରକ୍ଷା କରିବା ପାଇଁ, ଧର୍ମର ଅଫିମର 

ସୃଷ୍ଟ ହୋଇଛି, ନୁହେଁ ଏହି ଭାବନା 

କେବେ ଆସ୍ତିକତାର ।


ଭାଵିପାର ମୋତେ ଏକ ଅଧର୍ମୀ, ନାସ୍ତିକ, 

ଦୁଃଖ ନାହିଁ ମନେ ମୋର

ଭାବ ଥରେ କାହିଁକି ଜଣେ ପିନ୍ଧେ ପାଟ, 

ସୁନାର ଗହଣା, ନାହିଁ ଆଉ ଜଣଙ୍କର ।


Rate this content
Log in

Similar oriya poem from Abstract