STORYMIRROR

Jasoda Majhi

Classics Inspirational

4  

Jasoda Majhi

Classics Inspirational

ଚକାଡୋଳା ହେ

ଚକାଡୋଳା ହେ

1 min
421

ଆହେ, ନୀଳାଚଳ ନାଥ ଶ୍ରୀଜଗନ୍ନାଥ

ଦର୍ଶନ ଦିଅ ପ୍ରଭୁ ନୟନ ହେଉ ପୂତ।

ତୁମରି ଦର୍ଶନେ ସ୍ବାମୀ,

  ଦୁଃଖ ମୋର ଯାଉ କମି।


ଆହେ, ପ୍ରଭୁ ଭାବଗ୍ରାହୀ

  ଦୁଃଖି ଜନଙ୍କ ଦୁଃଖ ଦେଖ ଥରେ ଯାଇ

ତୁମେ ଯଦି କରିଦେବ ପର 

     କାହାକୁ ଡାକିବେ ଆହେ, ଚକ୍ରଧର।


ଶ୍ରୀ ମନ୍ଦିରେ ଲୁଚିଅଛୁ ଗୋପାଳ

  ତୋ ବିନା ଦୁନିଆଁ ହେଉଅଛି ବିକଳ,

 ତୋ କୃପା ଥାଉ ହେ! କୃପାସିନ୍ଧୁ

  ନ ଛୁଁଉଁ କେବେ ତିଲେ ଦରଦର ବିନ୍ଦୁ।

ସଭିଏ କଲେ ଯେତେ ଅବହେଳା,

   ପର କରିବୁନି ଆହେ, ଚକାଡୋଳା।


ତୋ ଭାବର ଡୋରୀରେ ଟାଣିନେ କାଳିଆ

     ମୋ ଦୁଃଖ ତ ଏଠି ନିତିଦିନିଆ।

ଆହେ, ଦାରୁବ୍ରହ୍ମ ଶ୍ରୀରାଧାପତି,

    ତତେ ପାଇଲେ ମୁଁ ହୋଇଯିବି ମୁକ୍ତି।

ତୋ ଭିତରେ ମତେ କରିଦେ ବିଲୀନ

    ଶାନ୍ତିରେ କଟିବ ପରବର୍ତ୍ତୀ ଜନ୍ମ।


ଆହେ, ବେଣୁପାଣି ଶ୍ୟାମଘନ କୃଷ୍ଣ,

ତୋ ପାଖରେ ମୋର ରହିଗଲା ମନ।

ହୃଦୟେ ତୋହର ଜାଗା ଦେଇଦେଲେ,

  ସର୍ବଦା ଲଭିବି ମୁଇ କୋଟି ପୁଣ୍ୟ।

   

ହେ! ନାରାୟଣ ଯଶୋଦା ନନ୍ଦନ

ତୋର ମୋର ଥାଉ ସୁଦୃଢ ବନ୍ଧନ,

 ଦିବାନିଶି ତୋର ପାଦ ସେବି ନାଥ

   ପାଦ ତଳେ ତୋର ହେଉ ମୋ ମରଣ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics