Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotsnarani Panda

Classics Others

4  

Jyotsnarani Panda

Classics Others

ପଉଷ ଫେରିବା ପୂର୍ବରୁ

ପଉଷ ଫେରିବା ପୂର୍ବରୁ

1 min
382


ପଉଷ ଫେରିବା ପୂର୍ବରୁ 

ଫେରିଆସ ସାଥି ଦେଖ  

ବାହୁଡିଯିବ ଏ ଵରଷ 

ଏଇତ ଚାଲିଛି

ଶେଷ ଅଙ୍କର ଶେଷ ଦୃଶ୍ୟ 

ଆଉ ମାତ୍ର କେଇ କ୍ଷଣ ପରେ

ସରିବ ତା'ର ଅଭିନୟ

ହେଇଛି ଅସ୍ଥିର କରିଛି ଅଥୟ ଜୀବନ ଯନ୍ତ୍ରଣାମୟ ।


ନା ତାକୁ ଭଲପାଇବା ସମ୍ଭବ 

ଭୂଲିବା ବି ଅସମ୍ଭବ 

ପ୍ରତାରଣା ଦେଇଥିବା ପ୍ରେମିକକୁ 

ପ୍ରେମିକା କ'ଣ ସହଜରେ 

ଭୂଲିପାରେ ନା ମନଭରି 

ହୃଦୟରୁ ଭଲ ପାଇପାରେ ।


ବିଶ୍ଵ ଇତିହାସେ ରଚାହେଵ ନିଶ୍ଚୟ 

ଏକ ଅଶ୍ରୁଳ ଅଧ୍ୟାୟ 

ଏଥିରେ ନାହିଁ 

ତିଳେମାତ୍ର ସଂଶୟ ।


ସେ ଯାହା ବି କିଛି ହେଉ

ସେ ଅଣଵୁଝା ପୃଷ୍ଠାରେ ପୂର୍ଣ୍ଣଚ୍ଛେଦ ଦେଇ 

ସେ ଘମାଘୋଟ ଭିତରେ ନ ପଶି

ଚାଲ ସାଥି ।


ଫାଳେ ପୌଷ ରାତିକୁ ଓଲାରି ଓଲାରି 

ପାପୁଲାଏ ପ୍ରୀତି 

ପ୍ରସ୍ତୁତ କରିବା ।


ଅନ୍ତତଃ ଆର ପଉଷ ଯାଏଁ

ସେଇ ସନ୍ତକ ଟିକକ 

ସାଇତିରଖିବା ଖୁବ୍ ଯତ୍ନରେ

ଅହର୍ନିଶି ଭିଜୁଥିବା

ଆଉ ଅନୁଭଵୁଥିବା ।


ଏ ଅନନ୍ତ ଆକାଶ ଅମୃତମୟ

ଏ ପୂର୍ଣ୍ଣ ପୃଥିବୀ ପ୍ରେମମୟ  

ଏ ଶାନ୍ତ ସବୁଜିମା ସୁଗନ୍ଧମୟ

ଏ ମୁଗ୍ଧ ମାଟି ମହନୀୟ  

ଏ ସକଳ ପ୍ରାଣୀଗଣ ପୁଣ୍ୟମୟ  

ଏ ମାନବର ମନ ମଧୁମୟ

ଏ ପ୍ରାଣ କୃଷ୍ଣମୟ ।


Rate this content
Log in

Similar oriya poem from Classics