STORYMIRROR

Papu parida

Classics Inspirational Others

4  

Papu parida

Classics Inspirational Others

କେତେ ଦୁଃଖ ଆଉ ଦେବୁରେ କାଳିଆ

କେତେ ଦୁଃଖ ଆଉ ଦେବୁରେ କାଳିଆ

1 min
330

କେତେ ଦୁଃଖ ଆଉ ଦେବୁରେ କାଳିଆ

କେତେ ଦୁଃଖ ଦେବୁ କହ

କେତେ ଲୁହ ଆଉ ଝରିବ ଆଖିରୁ

କେତେ ଝରିବରେ ଲୁହ ।


ଭାବର ଠାକୁର ତୁ କାଳିଆ ସୁନା

ମୋ ଭାବରେ କେବେ ହେଲା କହ ଉଣା

ତୁ ବସି ହସୁଛୁ ରତ୍ନ ସିଂହାସନେ

ଭାଙ୍ଗି ଦେଇ ସବୁ ବତାସ ପବନେ।


 କାଲି ହସୁଥିଲା ସୁନାର ଫସଲ

 ପାଣିରେ ବୁଡିଛି ଆଜି ମୋର ବିଲ

 କାଲି ଫୁଟିଥିଲା ଅସୁମାରୀ ଖୁସି

 ଉଡ଼ିଗଲା କାହିଁ ପବନରେ ମିଶି ।


କେତେ ସହିବି ମୁଁ କଷ୍ଟରେ କାଳିଆ 

କେତେ ସହିବି ମୁଁ କଷ୍ଟ

କେତେ ଥର ଆଉ ବତାସ ରୂପରେ

ସବୁ କରିବୁ ତୁ ନଷ୍ଟ ।


 ପେଟରେ ଦି ମୁଠା ଭରି ଦେବି ବୋଲି

 କୃଷକ ବୃତ୍ତିକୁ ଆପଣାଇ ନେଲି

 ନା ମାଗିଲି ଭିକ ନା ଚାମଚାଗିରି

 ବାହାରିଲି ନୀତି ତୋ ନାମ ସୁମରି।


ନା ଡକାୟତି ନା କରିଛି ଚୋରି

ବିଲରେ ଖଟିଲି ଜନ୍ତୁଟିଏ ପରି

ତୁ ପରା କହୁ ପରିଶ୍ରମ ଧର୍ମ

 ମାନୁନୁ କାହିଁକି କରିଛୁ ଅଧର୍ମ।


କେମିତି ସୁଝିବି ଋଣରେ କାଳିଆ

କେମିତି ସୁଝୁବି ଋଣ

କେମିତି ବଞ୍ଚିବେ ମୋର ପରିବାର 

ମୃତ୍ୟୁ ସୁନିଶ୍ଚିତ ଜାଣ।


ସାହା ଯଦି ଏବେ ନହେବୁ କାଳିଆ

ତୋ ମନ୍ଦିର ଆଗେ ନ ହେବି ମୁଁ ଠିଆ

ଦେଖିବିନି କେବେ ତୋ ଚକାନୟନ

ଡାକିବିନି କେବେ ରେ କଳା କାଞ୍ଚନ।


ବିଲରେ ଝୁଲିବ ଯଦି ମୋ ଶରୀର

କି ରହିବ ଯଶ କାଳିଆ ତୋହର

କୋଳେଇ ନେ ମୋତେ ମୋ କଳା ସାଆନ୍ତ

କରିନେ କାଳିଆ ଏ ଲୀଳାର ଅନ୍ତ।


କେତେ ଦୁଃଖ ଆଉ ଦେବୁରେ କାଳିଆ

କେତେ ଦୁଃଖ ଦେବୁ କହ

କେତେ ଲୁହ ଆଉ ଝରିବ ଆଖିରୁ

କେତେ ଝରିବରେ ଲୁହ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics