Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Abstract Fantasy Inspirational

3  

Anita Dash

Abstract Fantasy Inspirational

ସମୟ ⏰

ସମୟ ⏰

1 min
308



ହେ ସମୟ !

ତୁମେତ ମହାନ !

ମୁକସାକ୍ଷୀ ଏଇ ତମାମ

ପରିବର୍ତ୍ତନଶୀଳ ଦୁନିଆଁର !

ଏତେ ସ୍ଫୁର୍ତ୍ତି , ଏତେ ଶକ୍ତି !

ଅବିରତ ଚଳମାନ,

ସମ ଦୃଷ୍ଟି, ସମ ଭାବ ଚିର !

ବିଶ୍ରାମକି ଲୋଡ଼ୁନାହିଁ ତୁମ ?

ତୁମ ପଛେ ଧାଇଁ ଧାଇଁ ଖୋଜେ

ତୁମ ଚଲାପଥ ଧୂଳି ଧାରୁ

ଲେପଟେଇ ପଡିଥିବା କେତେ କେତେ

ହଜିଗଲା ଦିନ ଆଉ ସାଉଁଟା ସପନ !

ଚାହଁ ଥରେ ମୁହଁ ଫେରି !

ତୁମ ସାଥେ ସାଥି ହେବା ପଣ କରି

ବିଚାରିଟି କେମିତିକା କ୍ଷଣେ ଜିତି କ୍ଷଣେ ଯାଏ ହାରି !

ମୋର ଏଇ ଅସଜଡ଼ା ପାଦଦୁଇ ସଜାଡୁ ସଜାଡୁ,

ଅସଜଡ଼ା ହୋଇଯାଏ ମୋର ସାରା ପାଦ ତଳ ଭୂଇଁ !

ଆଉ ଉଜୁଡି ଯାଏ ଯେମିତି ମୋ ହାତ ତିଆରି ସବୁ

ଅଧା ଗଢା ମନ୍ଦିରର ଭିତ୍ତି ଭୂମି ମାନ !  

ଜୀବନର ବିପରୀତ ସାମ୍ନାସାମ୍ନି ଦିଗେ

ଜଞ୍ଜାଳର ରଶି ମାନ

ଟଣାଟଣି ବଳ କଷାକଷି,

ଆଉ ତା ଭିତରେ ଧନ୍ଦି ହୋଇ

ନିରୀହ ଜୀବନ ଆଜି

ନିଥର ନିର୍ବଳ ଆଉ ପ୍ରତିକ୍ରିୟା ଶୂନ୍ୟ !

ହେ ସମୟ !

କେବେ ଟିକେ ବୁଝନ୍ତନି ;

ତୁମର ଏ ସାଥୀଟିର ମନ ତଳ ବ୍ୟଥା !

ମୁକ୍ତ କରି ଏ ଜୀବନ ଜଞ୍ଜାଳର ଫାଶ,

ହାତ ଧରି ଟାଣି ଟାଣି ନିଅନ୍ତନି ମୋତେ !

ତାହେଲେ !

ଫେରି ଆସି ଯାଆନ୍ନ୍ତା ମୋର ହଜିଲା ବିଶ୍ୱାସ

ଜାଗି ଜାଗି ଯାଉଥାନ୍ତା ଆତ୍ମ ବିଶ୍ୱାସ

ଆଉ ଥମି ଥମି ଯାଉଥାନ୍ତା ମୋର

ଘନ ଦୀର୍ଘଶ୍ୱାସ !!!!


Rate this content
Log in

Similar oriya poem from Abstract